|
| 1 |
|
| ଇସ୍ରାଏଲଙ୍କର ପୁତ୍ରଗଣ ଇସ୍ରାଏଲଙ୍କର ପୁତ୍ରମାନେ ଥିଲେ ରୁବେନ୍, ଶିମିୟୋନ, ଲେବୀ, ଯିହୁଦା, ଇଷାଖର, ସବୂଲୂନ |
|
| 2 |
|
| ଦାନ୍, ଯୋଷେଫ, ବିନ୍ୟାମୀନ, ନପ୍ତାଲି, ଗାଦ୍ ଓ ଆଶେର, |
|
| 3 |
|
| ଯିହୁଦାଙ୍କର ପୁତ୍ରଗଣ ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ। |
|
| 4 |
|
| ଯିହୁଦାଙ୍କର ପୁତ୍ରବଧୂ ତାମର ପେରସ ଓ ସେରହଙ୍କୁ ଜନ୍ମ ଦେଲା। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ। |
|
| 5 |
|
| ପେରସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ। |
|
| 6 |
|
| ସେରହଙ୍କର ପାଞ୍ଚପୁତ୍ର ଥିଲେ। ସେମାନଙ୍କର ନାମ ଥିଲା ସିମ୍ରି, ଏଥନ୍, ହେମନ୍, କଲ୍କୋଲ୍ ଓ ଦେରା। |
|
| 7 |
|
| ସିମ୍ରିଙ୍କର ପୁତ୍ର ଥିଲେ କାର୍ମି। କାର୍ମିଙ୍କର ପୁତ୍ର ଥିଲେ ଆଖାର । ଏହି ଆଖାର ଇସ୍ରାଏଲ ନିମନ୍ତେ ବହୁତ ଦୁଃଖ ବିପଦକୁ ଡାକି ଆଣିଥିଲେ ଯିଏ କି ଆଖର ଯୁଦ୍ଧରେ ପାଇଥିବା ବସ୍ତୁଗୁଡ଼ିକୁ ନିଜ ପାଖରେ ରଖିଥିଲେ, କିନ୍ତୁ ସେ ସେହି ବସ୍ତୁଗୁଡ଼ିକୁ ପରମେଶ୍ୱରଙ୍କୁ ଦେଇ ଦେବାର ଥିଲା। |
|
| 8 |
|
| ଏଥନଙ୍କର ପୁତ୍ର ଥିଲେ ଅସରିୟା। |
|
| 9 |
|
| ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ଯିରହମେଲ, ରାମ୍ ଓ କାଲୁବାୟ। |
|
| 10 |
|
| ରାମ୍ର ବଂଶଧରଗଣ ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗର ମୁଖ୍ୟ ନହଶୋନଙ୍କର ପିତା ଥିଲେ। |
|
| 11 |
|
| ନହଶୋନ ସଲ୍ମାଙ୍କର ପିତା ଥିଲେ। ସଲ୍ମା ବୋୟାଜଙ୍କ ପିତା ଥିଲେ। |
|
| 12 |
|
| ବୋୟାଜ ଓବେଦଙ୍କର ପିତା ଥିଲେ। ଓବେଦ ଯିଶୀଙ୍କର ପିତା ଥିଲେ। |
|
| 13 |
|
| ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ। |
|
| 14 |
|
| ନଥନେଲ ଯିଶୀଙ୍କର ଚତୁର୍ଥ ପୁତ୍ର ଥିଲେ। ଯିଶୀଙ୍କର ପଞ୍ଚମ ପୁତ୍ର ଥିଲେ ରଦ୍ଦୟ। |
|
| 15 |
|
| ଓତ୍ସମ ଯିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସେମାନଙ୍କର ଭଉଣୀମାନେ ଥିଲେ ସରୁୟା ଓ ଅବୀଗଲ। |
|
| 16 |
|
| ସରୁୟାର ତିନି ପୁତ୍ର ଥିଲେ ଅବୀଶୟ, ଯୋୟାବ ଓ ଅସାହେଲ୍। |
|
| 17 |
|
| ଅବୀଗଲ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶ୍ମାୟେଲୀୟ ଲୋକଙ୍କ ମଧ୍ୟରୁ ଆସିଥିଲା। |
|
| 18 |
|
| କାଲେବଙ୍କର ବଂଶଧରଗଣ କାଲେବ୍ ହିଷ୍ରୋଣଙ୍କର ପୁତ୍ର ଥିଲେ। କାଲେବଙ୍କର ନିଜ ସ୍ତ୍ରୀ ଅସୂବାରଙ୍କଠାରୁ ସନ୍ତାନ ଜନ୍ମ ହୋଇଥିଲେ। ଅସୂବାର ଯିରୀୟୋତର କନ୍ୟା ଥିଲେ। ଅସୂବାରଙ୍କର ପୁତ୍ରମାନେ ଥିଲେ: ଯେଶର, ଶୋବବ୍ ଓ ଅର୍ଦୋନ। |
|
| 19 |
|
| ଅସୁବାରଙ୍କର ମୃତ୍ୟୁ ପରେ କାଲେବ ଇଫ୍ରାଥାଙ୍କୁ ବିବାହ କଲେ। କାଲେବ ଓ ଇଫ୍ରାଥାଙ୍କର ଗୋଟିଏ ପୁତ୍ର ହେଲା। ସେମାନେ ତାହାର ନାମ ହୂର ଦେଲେ। |
|
| 20 |
|
| ହୂର ଊରିଙ୍କର ପିତା ଥିଲେ। ଊରି ବତ୍ସଲେଲଙ୍କର ପିତା ଥିଲେ। |
|
| 21 |
|
| ପରେ, ହିଷ୍ରୋଣ ଷାଠିଏ ବର୍ଷ ବୟସରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିୟଦଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସଗୂବଙ୍କୁ ଜନ୍ମ ଦେଲେ। |
|
| 22 |
|
| ସଗୂବ ଯାୟୀରଙ୍କର ପିତା ଥିଲେ। ଗିଲିୟଦ ଦେଶରେ ଯାୟୀରଙ୍କର ତେଇଶ୍ ଗୋଟି ସହର ଥିଲା, |
|
| 23 |
|
| କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା। |
|
| 24 |
|
| ହିଷ୍ରୋଣ ମୃତ୍ୟୁବରଣ କଲାପରେ, କାଲେବଙ୍କର ସ୍ତ୍ରୀ ଇଫ୍ରାଥା ଏକ ପୁତ୍ରକୁ ଜନ୍ମ ଦେଲେ। (ହିଷ୍ରୋଣର ସ୍ତ୍ରୀର ନାମ ଅବିୟାହ) ସେହି ପୁତ୍ରର ନାମ ଦିଆଗଲା ଅସ୍ହୂର। ଅସ୍ହୂର ତକୋୟ ସହର ପ୍ରତିଷ୍ଠା କରିଥିଲେ। |
|
| 25 |
|
| ଯିରହମେଲଙ୍କର ବଂଶଧରଗଣ ଯିରହମେଲ ହିଷ୍ରୋଣଙ୍କର ପ୍ରଥମ ପୁତ୍ର ଥିଲେ। ଯିରହମେଲଙ୍କର ପୁତ୍ରମାନେ ଥିଲେ ରାମ୍, ବୁନା, ଓରଣ, ଓତ୍ସମ ଓ ଅହିୟ। ରାମ୍ ଯିରହମେଲଙ୍କର ପ୍ରଥମ ପୁତ୍ର ଥିଲେ। |
|
| 26 |
|
| ଯିରହମେଲଙ୍କର ଅଟାରା ନାମରେ ଆଉ ଜଣେ ସ୍ତ୍ରୀ ଥିଲେ। ଏହି ଅଟାରା, ଓନମର ମାତା ଥିଲେ। |
|
| 27 |
|
| ଯିରହମେଲଙ୍କର ପ୍ରଥମ ପୁତ୍ର ଅରାମଙ୍କର ପୁତ୍ରମାନେ ଥିଲେ ମାଷ୍, ଯାମୀନ ଓ ଏକର। |
|
| 28 |
|
| ଓନମଙ୍କର ପୁତ୍ରମାନେ ଥିଲେ: ଶମ୍ମୟ ଓ ଯାଦା। ଶମ୍ମୟଙ୍କର ପୁତ୍ରମାନେ ଥିଲେ: ନାଦବ ଓ ଅବୀଶୂର। |
|
| 29 |
|
| ଅବୀଶୂରଙ୍କର ପତ୍ନୀଙ୍କର ନାମ ଥିଲା: ଅବୀହୟୀଲ୍। ସେମାନଙ୍କର ଦୁଇ ପୁତ୍ର ଥିଲେ। ସେହି ପୁତ୍ରମାନଙ୍କର ନାମ ଥିଲା: ଅହବାନ୍ ଓ ମୋଲୀଦ୍। |
|
| 30 |
|
| ନାଦବଙ୍କର ପୁତ୍ରମାନେ ଥିଲେ: ସେଲଦ୍ ଓ ଅପ୍ପୟିମ। ସେଲଦ୍ ନିଃସନ୍ତାନ ହୋଇ ମୃତ୍ୟୁବରଣ କରିଥିଲେ। |
|
| 31 |
|
| ଯିଶୟି ଅପ୍ପୟିମଙ୍କର ପୁତ୍ର ଥିଲେ। ଯିଶୟିଙ୍କର ପୁତ୍ର ଥିଲେ: ଶେଶନ୍। ଶେଶନଙ୍କର ପୁତ୍ର ଥିଲେ: ଅହଲୟ। |
|
| 32 |
|
| ଯାଦା ଶମ୍ମୟଙ୍କର ଭ୍ରାତା ଥିଲେ। ଯାଦାଙ୍କର ପୁତ୍ରମାନେ ଥିଲେ: ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲେ। |
|
| 33 |
|
| ଯୋନାଥନଙ୍କର ପୁତ୍ରମାନେ ଥିଲେ: ପେଲତ୍ ଓ ସାସା। ଏହା ଯିରହମେଲଙ୍କ ସନ୍ତାନଗଣଙ୍କର ତାଲିକା ଅଟେ। |
|
| 34 |
|
| ଶେଶନଙ୍କର କୌଣସି ପୁତ୍ର ନ ଥିଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଶେଶନଙ୍କର ଯାର୍ହା ନାମରେ ଜଣେ ମିଶରୀୟ କ୍ରୀତଦାସ ଥିଲା। |
|
| 35 |
|
| ଶେଶନ୍ ନିଜ ଝିଅକୁ ଯାର୍ହା ସହିତ ବିବାହ ଦେଲେ। ସେମାନଙ୍କର ପୁତ୍ରଟିଏ ଜନ୍ମ ହେଲା। ତାହାର ନାମ ଥିଲା: ଅତ୍ତୟ। |
|
| 36 |
|
| ଅତ୍ତୟ ନାଥନଙ୍କର ପିତା ଥିଲେ। ନାଥନ ସାବଦକ୍ର ପିତା ଥିଲେ। |
|
| 37 |
|
| ସାବଦକ୍ ଇଫ୍ଲଲଙ୍କର ପିତା ଥିଲେ। ଇଫ୍ଲଲ ଓବେଦଙ୍କର ପିତା ଥିଲେ। |
|
| 38 |
|
| ଓବେଦ ଯେହୂଙ୍କର ପିତା ଥିଲେ। ଯେହୂ ଅସରିୟଙ୍କ ପିତା ଥିଲେ। |
|
| 39 |
|
| ଅସରିୟ ହେଲେସଙ୍କର ପିତା ଥିଲେ। ହେଲସ୍ ଇଲୀୟାସାଙ୍କ ପିତା ଥିଲେ। |
|
| 40 |
|
| ଇଲୀୟାସା ସିସମୟଙ୍କର ପିତା ଥିଲେ। ସିସମୟ ଶଲ୍ଲୁମଙ୍କର ପିତା ଥିଲେ। |
|
| 41 |
|
| ଶଲ୍ଲୁମ୍ ଯିକମିୟଙ୍କ ପିତା ଥିଲେ ଏବଂ ଯିକମିୟ ଇଲୀଶାମାଙ୍କର ପିତା ଥିଲେ। |
|
| 42 |
|
| କାଲେବଙ୍କର ପରିବାର କାଲେବ୍ ଯିରହମେଲଙ୍କର ଭ୍ରାତା ଥିଲେ। କାଲେବଙ୍କର କେତୋଟି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମେଶା। ମେଶା ସୀଫ୍ଙ୍କର ପିତା ଥିଲେ। କାଲେବଙ୍କର ଆହୁରି ମଧ୍ୟ ପୁତ୍ର ଥିଲେ। ମାରେଶା ହିବ୍ରୋଣଙ୍କ ପିତା ଥିଲେ। |
|
| 43 |
|
| ହିବ୍ରୋଣଙ୍କ ପୁତ୍ରମାନେ ଥିଲେ: କୋରହ, ତପୂହ, ରେକମ୍ ଓ ଶେମା। |
|
| 44 |
|
| ଶେମା ରହମ୍ଙ୍କ ପିତା ଥିଲେ। ରହମ୍ ଯର୍କୀୟମଙ୍କ ପିତା ଥିଲେ। ରେକମ୍ ଶମ୍ମୟଙ୍କ ପିତା ଥିଲେ। |
|
| 45 |
|
| ଶମ୍ମୟ ମାୟୋନଙ୍କର ପୁତ୍ର ଥିଲେ। ମାୟୋନ୍ ବୈଥ୍-ସୂରଙ୍କର ପିତା ଥିଲେ। |
|
| 46 |
|
| କାଲେବଙ୍କର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମୋତ୍ସା ଓ ଗାସେସଙ୍କର ମାତା ଥିଲେ। ହାରଣ ଗାସେସଙ୍କର ପିତା ଥିଲେ। |
|
| 47 |
|
| ଯେହଦୟଙ୍କର ପୁତ୍ରମାନେ ଥିଲେ: ରେଗମ୍, ଯୋଥମ୍, ଗେଶନ୍, ପେଲଟ, ଐଫା ଓ ଶାଫ୍। |
|
| 48 |
|
| ମାଖା ନାମ୍ନୀ କାଲେବଙ୍କର ଆଉ ଜଣେ ଦାସୀ ଥିଲେ। ମାଖା ଶେବର ଓ ତିର୍ହନଃଙ୍କର ମାତା ଥିଲେ। |
|
| 49 |
|
| ମାଖା ଶାଫ ଓ ଶିବାଙ୍କର ମଧ୍ୟ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବେନାର ଓ ଗିବିୟାଙ୍କର ପିତା ଥିଲେ। କାଲେବଙ୍କର ଝିଅ ଥିଲେ ଅକ୍ଷା। |
|
| 50 |
|
| ଏହା କାଲେବଙ୍କର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲେବଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କଠାରୁ ଜନ୍ମ ହୋଇଥିଲେ। ହୂରଙ୍କର ପୁତ୍ର ଶୋବଲ କିରିୟତ୍-ଯିୟାରୀମ୍ର ପ୍ରତିଷ୍ଠାତା ଥିଲେ। |
|
| 51 |
|
| ଶଲ୍ମ ବୈଥ୍ଲେହମର ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ। |
|
| 52 |
|
| ଶୋବଲ କିରିୟତ୍-ଯିୟାରୀମର ପ୍ରତିଷ୍ଠାତା ଥିଲେ। ଏହା ଶୋବଲଙ୍କ ବଂଶଧରମାନଙ୍କର ଏକ ତାଲିକା ଅଟେ। ହରାୟା, ମନୁହୋଥର ଅର୍ଦ୍ଧେକ ଲୋକ; |
|
| 53 |
|
| କିରିୟତ୍-ଯିୟାରୀମ ପରିବାର ବର୍ଗମାନେ ଥିଲେ, ଯିତ୍ରୀୟ, ପୁଥୀୟ, ଶୂମାଥୀୟ ଓ ମିଶ୍ରାୟୀୟ। ସରାୟୀୟ ଓ ଇଷ୍ଟାୟୋଲୀୟଗଣ ମିଶ୍ରାୟୀୟରୁ ଆସିଥିଲେ। |
|
| 54 |
|
| ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥ୍ଲେହମ୍ ନଟୋଫାତୀୟ, ଅଟ୍ରତ୍ବେତ୍ ଯୋୟାବ, ମନହୋତୀୟର ସରାରୀୟର ଅର୍ଦ୍ଧେକ ଲୋକ, |
|
| 55 |
|
| ଏବଂ ଯାବେସ୍ରେ ବାସ କରୁଥିବା ଲିପିକାରମାନଙ୍କର ପରିବାରସବୁ ତିରିୟାଥୀୟ, ଶିମିୟଥୀୟ ଓ ସୁଖାଥୀୟ ଥିଲେ। ଏହି କୀନୀୟ ଲୋକମାନେ ହମ୍ମତରୁ ଆସିଥିଲେ। ହମ୍ମତ୍ ବେଥ-ରେଖାବର ପ୍ରତିଷ୍ଠାତା ଥିଲେ। |
|
|
|
|