|
| 1 |
|
| ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ । ହାରୋଣଙ୍କର ପୁତ୍ର ନାଦବ୍ ଓ ଅବୀହୂ ଓ ଇଲୀୟାସର ଓ ଈଥାମର । |
|
| 2 |
|
| ମାତ୍ର ନାଦବ୍ ଓ ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ । |
|
| 3 |
|
| ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ୍ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ । |
|
| 4 |
|
| ପୁଣି ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ । |
|
| 5 |
|
| ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ଵାରା ବିଭକ୍ତ କରାଗଲେ; କାରଣ ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର-ସ୍ଥାନର ଅଧିପତି ଓ ପରମେଶ୍ଵରଙ୍କ ଗୃହର ଅଧିପତି ହେଲେ । |
|
| 6 |
|
| ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦୋକ ଯାଜକର ଓ ଅବୀୟାଥରର ପୁତ୍ର ଅହୀମେଲକ୍ର ଓ ଯାଜକୀୟ ଓ ଲେବୀୟ ପିତୃବଂଶପ୍ରଧାନମାନଙ୍କ ସାକ୍ଷାତରେ ଲେବୀ-ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା । |
|
| 7 |
|
| ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ ପାଇଁ ଉଠିଲା, ଦ୍ଵିତୀୟ ଯିଦୟୀୟ ପାଇଁ; |
|
| 8 |
|
| ତୃତୀୟ ହାରୀମ୍ ପାଇଁ, ଚତୁର୍ଥ ସୀୟୋରୀମ୍ ପାଇଁ; |
|
| 9 |
|
| ପଞ୍ଚମ ମଲ୍କୀୟ ପାଇଁ; ଷଷ୍ଠ ମୀୟାମୀନ୍ ପାଇଁ; |
|
| 10 |
|
| ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବୀୟା ପାଇଁ; |
|
| 11 |
|
| ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ; |
|
| 12 |
|
| ଏକାଦଶ ଇଲୀୟାଶୀବ ପାଇଁ, ଦ୍ଵାଦଶ ଯାକୀମ୍ ପାଇଁ; |
|
| 13 |
|
| ତ୍ରୟୋଦଶ ହୁଷ୍ପ ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ; |
|
| 14 |
|
| ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ; |
|
| 15 |
|
| ସପ୍ତଦଶ ହେଷୀର୍ ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ; |
|
| 16 |
|
| ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ; |
|
| 17 |
|
| ଏକବିଂଶ ଯାଖୀନ୍ ପାଇଁ, ଦ୍ଵାବିଂଶ ଗାମୂଲ୍ ପାଇଁ; |
|
| 18 |
|
| ତ୍ରୟୋବିଂଶ ଦଲାୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା । |
|
| 19 |
|
| ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ଵାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା । |
|
| 20 |
|
| ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା । ଅମ୍ରାମ୍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ । |
|
| 21 |
|
| ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ । |
|
| 22 |
|
| ଯିଶ୍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍; ଶଲୋମୀତ୍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍ । |
|
| 23 |
|
| ହିବ୍ରୋଣର ପୁତ୍ର ଯିରିୟ ପ୍ରଥମ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ । |
|
| 24 |
|
| ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍ । |
|
| 25 |
|
| ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ । |
|
| 26 |
|
| ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ । |
|
| 27 |
|
| ମରାରିର ସନ୍ତାନଗଣ; ଯାସୀୟର ପୁତ୍ର ବିନୋ ଓ ଶୋହମ୍ ଓ ସକ୍କୁର୍ ଓ ଇବ୍ରି । |
|
| 28 |
|
| ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ । |
|
| 29 |
|
| କୀଶ୍ର କଥା; କୀଶ୍ର ପୁତ୍ର ଯିରହମେଲ୍ । |
|
| 30 |
|
| ପୁଣି ମୂଶିର ପୁତ୍ର ମହଲି ଓ ଏଦର ଓ ଯିରେମୋତ୍ । ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ । |
|
| 31 |
|
| ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା ଓ ସାଦୋକ ଓ ଅହୀମେଲକ୍, ପୁଣି ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା । |
|
|
|
|