|
| 1 |
|
| ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି । |
|
| 2 |
|
| କହାତର ପୁତ୍ର ଅମ୍ରାମ୍, ଯିଷ୍ହର୍ ଓ ହିବ୍ରୋଣ୍ ଓ ଉଷୀୟେଲ୍ । |
|
| 3 |
|
| ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ । ପୁଣି ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର । |
|
| 4 |
|
| ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବିଶୂୟକୁ ଜାତ କଲା; |
|
| 5 |
|
| ପୁଣି ଅବିଶୂୟ ବୁକ୍କିକି ଜାତ କଲା ଓ ବୁକ୍କି ଉଷିକି ଜାତ କଲା; |
|
| 6 |
|
| ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍କୁ ଜାତ କଲା; |
|
| 7 |
|
| ମରାୟୋତ୍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା । |
|
| 8 |
|
| ଆଉ ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ୍ ଅହୀମାସ୍କୁ ଜାତ କଲା; |
|
| 9 |
|
| ଅହୀମାସ୍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍କୁ ଜାତ କଲା; |
|
| 10 |
|
| ଆଉ ଯୋହାନନ୍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା । |
|
| 11 |
|
| ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା; |
|
| 12 |
|
| ପୁଣି ଅହୀଟୂବ୍ ସାଦୋକକୁ ଜାତ କଲା ଓ ସାଦୋକ୍ ଶଲ୍ଲୁମ୍କୁ ଜାତ କଲା; |
|
| 13 |
|
| ଶଲ୍ଲୁମ୍ ହିଲ୍କୀୟକୁ ଜାତ କଲା ଓ ହିଲ୍କୀୟ ଅସରୀୟକୁ ଜାତ କଲା; |
|
| 14 |
|
| ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋସାଦକ୍କୁ ଜାତ କଲା । |
|
| 15 |
|
| ପୁଣି ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ଵାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋସାଦକ୍ ବନ୍ଦୀ ହୋଇ ଗଲା । |
|
| 16 |
|
| ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି । |
|
| 17 |
|
| ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ଶିମୀୟି । |
|
| 18 |
|
| କହାତ୍ର ପୁତ୍ର ଅମ୍ରାମ୍ ଓ ଯିଷ୍ହର୍ ଓ ହିବ୍ରୋଣ ଓ ଉଷୀୟେଲ । |
|
| 19 |
|
| ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ । |
|
| 20 |
|
| ଗେର୍ଶୋମ୍ର (ସନ୍ତାନ); ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଯହତ୍, ତାହାର ପୁତ୍ର ସିମ୍ମ; |
|
| 21 |
|
| ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ । |
|
| 22 |
|
| କହାତ୍ର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ୍, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର; |
|
| 23 |
|
| ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସପ୍, ତାହାର ପୁତ୍ର ଅସୀର; |
|
| 24 |
|
| ତାହାର ପୁତ୍ର ତହତ୍, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ୍ । |
|
| 25 |
|
| ଇଲ୍କାନାର ସନ୍ତାନ ଅମାସୟ ଓ ଅହୀମୋତ୍ । |
|
| 26 |
|
| ଇଲ୍କାନା; ଇଲ୍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହାତ୍; |
|
| 27 |
|
| ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍କାନା । |
|
| 28 |
|
| ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ଵିତୀୟ ଅବୀୟ । |
|
| 29 |
|
| ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ; |
|
| 30 |
|
| ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ । |
|
| 31 |
|
| (ନିୟମ) ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ । |
|
| 32 |
|
| ପୁଣି ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ଵୁରୂପ ଆବାସ ସମ୍ମୁଖରେ ଗାନ ଦ୍ଵାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ଵ ସ୍ଵ ପଦରେ ସେବା କଲେ । |
|
| 33 |
|
| ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ୍ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର; |
|
| 34 |
|
| ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲର ପୁତ୍ର, ସେ ତୋହର ପୁତ୍ର; |
|
| 35 |
|
| ସେ ସୂଫର ପୁତ୍ର, ସେ ଇଲ୍କାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାସୟର ପୁତ୍ର; |
|
| 36 |
|
| ସେ ଇଲ୍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର; |
|
| 37 |
|
| ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର; |
|
| 38 |
|
| ସେ ଯିଷ୍ହରିର ପୁତ୍ର, ସେ କହାତ୍ର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର । |
|
| 39 |
|
| ହେମନର ଭ୍ରାତା ଆସଫ୍ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ୍ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ରନ୍ତଣ ଦ୍ଵି.ବଂ.୫:୧୨ |
|
| 40 |
|
| ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍କୀୟର ପୁତ୍ର; |
|
| 41 |
|
| ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର; |
|
| 42 |
|
| ସେ ଏଥନର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟର ପୁତ୍ର । |
|
| 43 |
|
| ସେ ଯହତ୍ର ପୁତ୍ର, ସେ ଗେର୍ଶୋମ୍ର ପୁତ୍ର, ସେ ଲେବୀର ପୁତ୍ର । |
|
| 44 |
|
| ବାମଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର; |
|
| 45 |
|
| ସେ ହଶବୀୟର ପୁତ୍ର, ସେ ଅମତ୍ସୀୟର ପୁତ୍ର, ସେ ହିଲ୍କୀୟର ପୁତ୍ର; |
|
| 46 |
|
| ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର; |
|
| 47 |
|
| ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର । |
|
| 48 |
|
| ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ଵରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ । |
|
| 49 |
|
| ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ଵରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ । |
|
| 50 |
|
| ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପିନହସ୍, ତାହାର ପୁତ୍ର ଅବୀଶୂୟ ପ୍ର.ବଂ.୬:୪-୮ |
|
| 51 |
|
| ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ; |
|
| 52 |
|
| ତାହାର ପୁତ୍ର ମରାୟୋତ୍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍; |
|
| 53 |
|
| ତାହାର ପୁତ୍ର ସାଦୋକ୍, ତାହାର ପୁତ୍ର ଅହୀମାସ୍ । |
|
| 54 |
|
| ଆଉ ସେମାନଙ୍କ ସ୍ଵ ସ୍ଵ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ । ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, |
|
| 55 |
|
| ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା । |
|
| 56 |
|
| ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଦିଆଗଲା । |
|
| 57 |
|
| ପୁଣି ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ-ନଗରସବୁ, ହିବ୍ରୋଣ; ଲିବ୍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି; |
|
| 58 |
|
| ହିଲେନ୍, ତହିଁର ତଳିଭୂମି, ଦବୀର୍, ତହିଁର ତଳିଭୂମି; |
|
| 59 |
|
| ଆଶନ୍, ତହିଁର ତଳିଭୂମି ଓ ବୈଥ୍ଶେମଶ୍, ତହିଁର ତଳିଭୂମି; |
|
| 60 |
|
| ପୁଣି ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍, ତହିଁର ତଳିଭୂମି ଓ ଅନାଥୋତ୍, ତହିଁର ତଳିଭୂମି ଦିଆଗଲା । ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା । |
|
| 61 |
|
| ପୁଣି କହାତ୍ର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ଵାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧବଂଶ, ଅର୍ଥାତ୍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। |
|
| 62 |
|
| ଆଉ ଗେର୍ଶୋମ୍ର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର୍-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା । |
|
| 63 |
|
| ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ଵାରା ରୁବେନ୍-ବଂଶଠାରୁ ଓ ଗାଦ୍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା । |
|
| 64 |
|
| ପୁଣି ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ । |
|
| 65 |
|
| ସେମାନେ ଗୁଲିବାଣ୍ଟ ଦ୍ଵାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ୍-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ । |
|
| 66 |
|
| ପୁଣି କହାତ୍ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ଵ ସ୍ଵ ସୀମାସ୍ଥ ନଗର ପାଇଲେ । |
|
| 67 |
|
| ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍; ତଳିଭୂମି ସହିତ ଗେଷର୍; |
|
| 68 |
|
| ତଳିଭୂମି ସହିତ ଯକମୀୟାମ୍ ଓ ତଳିଭୂମି ସହିତ ବୈଥୋରୋଣ; |
|
| 69 |
|
| ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାତ୍ରିମ୍ମୋନ୍; |
|
| 70 |
|
| ପୁଣି ମନଃଶିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲୀୟମ୍, ଏହିସବୁ ନଗର କହାତ୍-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକି ଦେଲେ । |
|
| 71 |
|
| ଗେର୍ଶୋମ୍ର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍ ଓ ତଳିଭୂମି ସହିତ ଅଷ୍ଟାରୋତ୍; |
|
| 72 |
|
| ଆଉ ଇଷାଖରଠାରୁ ତଳିଭୂମି ସହିତ କାଦେଶ୍, ତଳିଭୂମି ସହିତ ଦାବରତ୍ |
|
| 73 |
|
| ଓ ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍; |
|
| 74 |
|
| ଆଉ ଆଶେର୍-ବଂଶଠାରୁ ତଳିଭୂମି ସହିତ ମଶାଲ୍ ଓ ତଳିଭୂମି ସହିତ ଅବ୍ଦୋନ୍ |
|
| 75 |
|
| ଓ ତଳିଭୂମି ସହିତ ହୁକ୍କୋକ୍ ଓ ତଳିଭୂମି ସହିତ ରହୋବ୍; |
|
| 76 |
|
| ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍ ଓ ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା । |
|
| 77 |
|
| ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା । |
|
| 78 |
|
| ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର୍ ଓ ତଳିଭୂମି ସହିତ ଯହସ୍ |
|
| 79 |
|
| ଓ ତଳିଭୂମି ସହିତ କଦେମୋତ୍ ଓ ତଳିଭୂମି ସହିତ ମେଫାତ୍; |
|
| 80 |
|
| ଆଉ ଗାଦ୍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍, ତଳିଭୂମି ସହିତ ମହନୟିମ୍ |
|
| 81 |
|
| ଓ ତଳିଭୂମି ସହିତ ହିଷ୍ବୋନ୍ ଓ ତଳିଭୂମି ସହିତ ଯାସେର୍ ଦିଆଗଲା । |
|
|
|
|