|
| 1 |
|
| ବିନ୍ୟାମୀନ ଆପଣା ଜ୍ୟେଷ୍ଠ ବେଲା, ଦ୍ଵିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; |
|
| 2 |
|
| ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା । |
|
| 3 |
|
| ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର ଓ ଗେରା ଓ ଅବୀହୂଦ |
|
| 4 |
|
| ଓ ଅବୀଶୟ ଓ ନାମାନ୍ ଓ ଆହୋହ |
|
| 5 |
|
| ଓ ଗେରା ଓ ଶଫୂଫନ୍ ଓ ହୂରମ୍ । |
|
| 6 |
|
| ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇ ଥିଲେ । |
|
| 7 |
|
| ଆଉ ସେ ନାମାନ୍, ଅହୀୟ ଓ ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦକୁ ଜାତ କଲା । |
|
| 8 |
|
| ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ । |
|
| 9 |
|
| ପୁଣି ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍ ଓ ସିବୀୟ ଓ ମେଶା ଓ ମଲକମ୍ |
|
| 10 |
|
| ଓ ଯିୟୂଶ ଓ ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶପ୍ରଧାନ ଥିଲେ । |
|
| 11 |
|
| ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା । |
|
| 12 |
|
| ଆଉ ଇଲ୍ପାଲର ପୁତ୍ର ଏବର୍ ଓ ମିଶୀୟମ୍, ପୁଣି ସମସ୍ତ ଉପନଗର ସମେତ ଓନୋର ଓ ଲୋଦର ପତ୍ତନକାରୀ ଶେମଦ୍ |
|
| 13 |
|
| ଓ ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ । |
|
| 14 |
|
| ପୁଣି ବରୀୟର ପୁତ୍ର ଅହୀୟୋ ଓ ଶାଶକ୍ ଓ ଯିରେମୋତ୍ |
|
| 15 |
|
| ଓ ସବଦୀୟ ଓ ଅରାଦ୍ ଓ ଏଦର |
|
| 16 |
|
| ଓ ମୀଖାୟେଲ ଓ ଯିଶ୍ପା ଓ ଯୋହ; |
|
| 17 |
|
| ଆଉ ଇଲ୍ପାଲର ପୁତ୍ର ସବଦୀୟ ଓ ମଶୁଲ୍ଲମ୍ ଓ ହିଷ୍କି ଓ ହେବର |
|
| 18 |
|
| ଓ ଯିଷ୍ମରୟ ଓ ଯିଷ୍ଲୀୟ ଓ ଯୋବବ୍ । |
|
| 19 |
|
| ଆଉ ଶିମୀୟିର ପୁତ୍ର ଯାକୀମ୍ ଓ ସିଖ୍ରି ଓ ସବ୍ଦି |
|
| 20 |
|
| ଓ ଇଲୀ-ଐନୟ ଓ ସିଲ୍ଲଥୟ ଓ ଇଲୀୟେଲ |
|
| 21 |
|
| ଓ ଅଦାୟା ଓ ବରାୟା ଓ ଶିମ୍ରତ୍; |
|
| 22 |
|
| ଆଉ ଶାଶକ୍ର ପୁତ୍ର ଯିଶ୍ପନ୍ ଓ ଏବର ଓ ଇଲୀୟେଲ |
|
| 23 |
|
| ଓ ଅବଦୋନ୍ ଓ ସିଖ୍ରି ଓ ହାନନ୍ |
|
| 24 |
|
| ଓ ହନାନୀୟ ଓ ଏଲମ୍ ଓ ଅନ୍ତୋଥୀୟ |
|
| 25 |
|
| ଓ ଯିଫଦୀୟ ଓ ପନୁୟେଲ; |
|
| 26 |
|
| ଆଉ, ଯିରୋହମର ସନ୍ତାନ ଶମ୍ଶରୟ ଓ ଶହରୀୟ ଓ ଅଥଲୀୟ |
|
| 27 |
|
| ଓ ଯାରିଶୀୟ ଓ ଏଲୀୟ ଓ ସିଖ୍ରି; |
|
| 28 |
|
| ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ । |
|
| 29 |
|
| ଆଉ ଗିବୀୟୋନର ପିତା ଯିୟେଲ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା । |
|
| 30 |
|
| ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନାଦବ୍ |
|
| 31 |
|
| ଓ ଗଦୋର ଓ ଅହୀୟୋ ଓ ସଖର; |
|
| 32 |
|
| ପୁଣି ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ । |
|
| 33 |
|
| ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ ଓ ମଲ୍କୀଶୟ ଓ ଅବୀନାଦବ୍ ଓ ଇଶ୍ବାଲକୁ ଜାତ କଲେ । |
|
| 34 |
|
| ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା । |
|
| 35 |
|
| ମୀଖାର ପୁତ୍ର ପିଥୋନ୍ ଓ ମେଲକ୍ ଓ ତରେୟ ଓ ଆହସ । |
|
| 36 |
|
| ଆଉ, ଆହସ ଯିହୋୟାଦାକୁ ଜାତ କଲା, ପୁଣି ଯିହୋୟାଦା ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା । |
|
| 37 |
|
| ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; |
|
| 38 |
|
| ପୁଣି ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ୍, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍ । ଏସମସ୍ତେ ଆତ୍ସେଲର ପୁତ୍ର । |
|
| 39 |
|
| ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଏଲୀଫେଲଟ୍ । |
|
| 40 |
|
| ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ । ଏସମସ୍ତେ ବିନ୍ୟାମୀନର ସନ୍ତାନ । |
|
|
|
|