[ପବିତ୍ର ବାଇବେଲ] Odia Bible 1840
|
| 1 |
| "ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର!ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!ସ୍ବର୍ଗରୁ ତାଙ୍କର ପ୍ରଶଂସା କର!" |
| 2 |
| "ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।" |
| 3 |
| "ହେ ସୂର୍ୟ୍ଯ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର! ହେ ଆକାଶର ଦୀପ୍ତିମଯ ତାରାଗଣ ତାଙ୍କର ପ୍ରଶଂସା କର।" |
| 4 |
| "ହେ ଉଚ୍ଚତମ ସ୍ବର୍ଗ, ତାଙ୍କର ପ୍ରଶଂସା କର! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।" |
| 5 |
| "ସମାନେେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍ କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।" |
| 6 |
| "ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ଯବସ୍ଥା ଦେଲେ ୟାହା କବେେ ହେଲେ ପରିବର୍ତ୍ତନ ହବେ ନାହିଁ।" |
| 7 |
| "ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ୍ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!" |
| 8 |
| "ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।" |
| 9 |
| "ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।" |
| 10 |
| "ସମସ୍ତ ବନ୍ଯ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।" |
| 11 |
| "ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ ତାଙ୍କର ପ୍ରଶଂସା କର। ପରମେଶ୍ବର ସମସ୍ତ ବିଚାରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।" |
| 12 |
| "ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର।" |
| 13 |
| "ସମାନେେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ଯାତି ସ୍ବର୍ଗ ଏବଂ ପୃଥିବୀରେ ମହାନ୍।" |
| 14 |
| "ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତଣେୁ ସେ ତାଙ୍କର ବିଶ୍ବସ୍ତ ଲୋକମାନଙ୍କ ଦ୍ବାରା ପ୍ରଶଂସିତ ହୁଅନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରଶଂସା କର।" |
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odia/psalms/148.mp3
150
148