ପବିତ୍ର ବାଇବଲ (OROV) 2014
|
| 1 |
| ଗୀତ; କୋରହ-ସନ୍ତାନଗଣର ଗୀତ । ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ । |
| 2 |
| ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି । |
| 3 |
| ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି । [ସେଲା |
| 4 |
| ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ଓ ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା । |
| 5 |
| ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ । |
| 6 |
| ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ । [ସେଲା |
| 7 |
| ଗାୟକ ଓ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି । |
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiaorov/psalms/087.mp3
150
87