|
| 1 |
|
| ନିୟମ-ସିନ୍ଦୁକ ବତ୍ସଲେଲ ଶିଟୀମ୍ କାଠରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢ଼େଇ ହାତ, ଦେଢ଼ ହାତ ଚଉଡ଼ା ଏବଂ ଦେଢ଼ ହାତ ଉଚ୍ଚ। |
|
| 2 |
|
| ସେ ଏହି ସିନ୍ଦୁକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ୱାରା ଭିତର ପଟ ଓ ବାହାର ପଟ ମଡ଼ାଇଲେ। ଏହା ପରେ ସେ ସୁବର୍ଣ୍ଣର କାନ୍ଥ କଲେ। |
|
| 3 |
|
| ସେ ସୁବର୍ଣ୍ଣର ଗ୍ଭରୋଟି କଡ଼ାକରି ଗ୍ଭରି କୋଣରେ ଲଗାଇଲେ। ଏବଂ ଦୁଇ ପାର୍ଶ୍ୱରେ ଦୁଇଟି କଡ଼ା ଥିଲା। |
|
| 4 |
|
| ସେ ସେହି ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। |
|
| 5 |
|
| ସେହିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାର୍ଶ୍ୱରେ ଥିବା ଦୁଇ କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଥିଲେ। |
|
| 6 |
|
| ଏହା ପରେ ବତ୍ସଲେଲ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା’ର ଲମ୍ବ ଅଢ଼େଇ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। |
|
| 7 |
|
| ଏହା ପରେ ବତ୍ସଲେଲ ପିଟାସୁବର୍ଣ୍ଣରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡରେ ରଖିଲେ। |
|
| 8 |
|
| ତହିଁର ଏକ ମୁଣ୍ଡରେ ଏକ କିରୂବ, ଅନ୍ୟ ମୁଣ୍ଡରେ ମଧ୍ୟ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ। |
|
| 9 |
|
| କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହୋଇ ରହିଲା। ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା। |
|
| 10 |
|
| ଏକ ସ୍ୱତନ୍ତ୍ର ମେଜ ଏହା ପରେ ସେ ଶିଟୀମ୍ କାଠରେ ଏକ ମେଜ ତିଆରି କଲେ। ଏହାର ଲମ୍ବ ଦୁଇ ହାତ, ଏକ ହାତ ଚଉଡ଼ା, ଦେଢ଼ ହାତ ଉଚ୍ଚତା ଥିଲା। |
|
| 11 |
|
| ସେ ସେହି ମେଜକୁ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦନ କଲେ ଏବଂ ଟେବୁଲ ଗ୍ଭରିପାଖରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ। |
|
| 12 |
|
| ତା’ପରେ ସେ ମେଜ ଗ୍ଭରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଗ୍ଭରିପଟେ ସୁବର୍ଣ୍ଣର ବଳୟ ତିଆରି କଲେ। |
|
| 13 |
|
| ଏହା ପରେ ସେମାନେ ମେଜର ଚତୁର୍ଦ୍ଦିଗରେ ଗ୍ଭରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗରେ ମେଜର ଗୋଡ଼ଗୁଡ଼ିକ ଥିଲା। |
|
| 14 |
|
| ସେ ସେହି ସୁବର୍ଣ୍ଣର କଡ଼ାଗୁଡ଼ିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡ଼ା ମଧ୍ୟରେ ପୁରାଇଥିବା ସାଙ୍ଗୀ ଦ୍ୱାରା ବୁହା ଯାଉଥିଲା। |
|
| 15 |
|
| ସେହି ମେଜକୁ ବହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କଲେ ଓ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦିତ କଲେ। |
|
| 16 |
|
| ତା’ପରେ ସେ ଥାଳି, ଗ୍ଭମଚ, ଗରା, ଗଡ଼ୁ ସବୁକୁ ସୁବର୍ଣ୍ଣରେ ତିଆରି କଲେ। ସେହି ଗରା ଓ ଗଡ଼ୁସବୁ ପେୟନୈବେଦ୍ୟ ଢାଳିବାରେ ବ୍ୟବହୃତ ହୁଏ। |
|
| 17 |
|
| ଦୀପରୁଖା ଏହା ପରେ ସେ ଶୁଦ୍ଧ ସୁବର୍ଣ୍ଣରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୁଖାରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା’ପରେ ସେ ଫୁଲ, ପାଖୁଡ଼ା, କଢ଼ିମାନ ତିଆରି କଲେ। ସେ ଏହି ଜିନିଷଗୁଡ଼ିକୁ ଏକାଠି ଯୋଡ଼ି ଗୋଟିଏ ଜିନିଷ ତିଆରି କଲେ। |
|
| 18 |
|
| ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଏବଂ ଅନ୍ୟ ପାର୍ଶ୍ୱରୁ ତିନି ଶାଖା ଏହିପରି ଛଅଟି ଶାଖା ସେହି ଦୀପବୃକ୍ଷରୁ ବାହାର କଲେ। |
|
| 19 |
|
| ପ୍ରତ୍ୟେକ ଶାଖାରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖାରେ ରହିଲା। |
|
| 20 |
|
| ଦୀପରୁଖାର ଦଣ୍ଡଟିରେ ଗ୍ଭରୋଟି ପୁଷ୍ପ ଥିଲା, ସେଗୁଡ଼ିକର ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡ଼ା ସଦୃଶ ଥିଲା। |
|
| 21 |
|
| ସେଥିରେ ଛଅଟି ଶାଖା ଥିଲା, ତିନୋଟି ପ୍ରତ୍ୟେକ ପାର୍ଶ୍ୱକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡ଼ା ଥିଲା। |
|
| 22 |
|
| ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା’ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେଲା। ସମସ୍ତ ପିଟା ସୁନା କର୍ମରେ ନିର୍ମିତ ହୋଇଥିଲା। |
|
| 23 |
|
| ସେ ସେଥିପାଇଁ ସାତୋଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। |
|
| 24 |
|
| ସେ ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ୟବହାର କଲେ। |
|
| 25 |
|
| ଧୂପବେଦି ସେ ଧୂପ ଜଳାଇବା ପାଇଁ ଗୋଟିଏ ବେଦି ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ୟବହାର କଲେ। ଏହି ବେଦିଟି ଏକ ବର୍ଗାକାର, ଯାହାର ଦୈର୍ଘ୍ୟ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇ ହାତ। ଶିଙ୍ଗଗୁଡ଼ିକ ତିଆରି ହୋଇଥିଲା ବେଦିର ଅଂଶ ଭାବରେ। |
|
| 26 |
|
| ଏବଂ ସେହି ଧୂପବେଦିଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲା। ଏବଂ ସେ ବେଦି ଚତୁର୍ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ନିର୍ମାଣ କଲେ। |
|
| 27 |
|
| ଧୂପବେଦିକୁ ବହିବା ପାଇଁ ତା’ର ପ୍ରତ୍ୟେକ ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ତଳେ ସୁବର୍ଣ୍ଣ ଦୁଇ କଡ଼ା ନିର୍ମାଣ କଲେ। |
|
| 28 |
|
| ସେ ସେହି ସାଙ୍ଗୀଗୁଡ଼ିକ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। |
|
| 29 |
|
| ଏହା ପରେ ସେ ବିଶେଷ ଅଭିଷେକାର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ। |
|
|
|
|