|
| 1 |
|
| ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, |
|
| 2 |
|
| ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ । |
|
| 3 |
|
| ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ; |
|
| 4 |
|
| ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ । |
|
| 5 |
|
| ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ; |
|
| 6 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ । |
|
| 7 |
|
| ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ; |
|
| 8 |
|
| ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ । |
|
| 9 |
|
| ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ । ସେମାନେ ପ୍ରଥମେ ଅଗ୍ରସର ହେବେ । |
|
| 10 |
|
| ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ; |
|
| 11 |
|
| ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ । |
|
| 12 |
|
| ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ; |
|
| 13 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ । |
|
| 14 |
|
| ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ; |
|
| 15 |
|
| ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ । |
|
| 16 |
|
| ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ । ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ । |
|
| 17 |
|
| ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ । |
|
| 18 |
|
| ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ; |
|
| 19 |
|
| ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ । |
|
| 20 |
|
| ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ; |
|
| 21 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ । |
|
| 22 |
|
| ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ; |
|
| 23 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ । |
|
| 24 |
|
| ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ । ସେମାନେ ତୃତୀୟରେ ଅଗ୍ରସର ହେବେ । |
|
| 25 |
|
| ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ; |
|
| 26 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ । |
|
| 27 |
|
| ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ; |
|
| 28 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ । |
|
| 29 |
|
| ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ; |
|
| 30 |
|
| ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ । |
|
| 31 |
|
| ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ । ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ । |
|
| 32 |
|
| ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା । |
|
| 33 |
|
| ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ । |
|
| 34 |
|
| ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ । |
|
|
: |
| ୧ | | ୨ | | ୩ | | ୪ | | ୫ | | ୬ | | ୭ | | ୮ | | ୯ | | ୧୦ | | ୧୧ | | ୧୨ | | ୧୩ | | ୧୪ | | ୧୫ | | ୧୬ | | ୧୭ | | ୧୮ | | ୧୯ | | ୨୦ | | ୨୧ | | ୨୨ | | ୨୩ | | ୨୪ | | ୨୫ | | ୨୬ | | ୨୭ | | ୨୮ | | ୨୯ | | ୩୦ | | ୩୧ | | ୩୨ | | ୩୩ | | ୩୪ | 1
1
1 |
|
|---|
|
https://beblia.bible:81/BibleAudio/odiaorov/numbers/002.mp3
36
2