ପବିତ୍ର ବାଇବଲ ERV 2004
|
| 1 |
| ସଲଫାଦର କନ୍ୟାଗଣ ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତର୍ସା। |
| 2 |
| ଏହି ପାଞ୍ଚ ଜଣ ମୋଶା, ଇଲିୟାସର ଯାଜକ, ଅଧିପତି ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ, |
| 3 |
| “ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା। |
| 4 |
| ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇଯିବ, ଯେହେତୁ ତାଙ୍କର କୌଣସି ପୁତ୍ର ନ ଥିଲେ। ତେଣୁ ଆମ୍ଭ ପିତୃବଂଶୀୟ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।” |
| 5 |
| ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବେଦନ କଲେ। |
| 6 |
| ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, |
| 7 |
| “ସଲଫାଦର କନ୍ୟାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ। ତେଣୁ ସେମାନଙ୍କୁ ତାହା ଦିଅ, ଯାହା ସେମାନଙ୍କର ପିତା ପାଇଥା’ନ୍ତେ। |
| 8 |
| “ଆଉ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଏହି ବିଧି ପ୍ରଚଳନ କର, ‘ଯଦି କୌଣସି ଲୋକର ପୁତ୍ର ନ ଥାଇ ମୃତ୍ୟୁବରଣ କରେ, ତେବେ ତାହାର ଅଧିକାର ତା’ର କନ୍ୟା ଗ୍ରହଣ କରିବ। |
| 9 |
| ଯଦି ତାହାର କନ୍ୟା ବା ପୁତ୍ର ନ ଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। |
| 10 |
| ପୁଣି ଯଦି ତାହାର ଭାଇ ନ ଥାଏ ତେବେ ତାହାର ଅଧିକାର ତା’ର ପିତାର ଭାଇମାନଙ୍କୁ ଦେବ। |
| 11 |
| ଆଉ ଯେବେ ତା’ର ପିତାର ଭାଇମାନେ ନ ଥା’ନ୍ତି, ତେବେ ତାହାର ପରିବାର ମଧ୍ୟରୁ ଏବଂ ନିକଟ ସମ୍ପର୍କୀୟ ଜ୍ଞାତିକୁ ତାହାର ଅଧିକାର ଦେବ। ଏହା ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବିଗ୍ଭରବିଧି ହେବ। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି ଆଜ୍ଞା ଦେଲେ।’” |
| 12 |
| ଯିହୋଶୂୟ ନୂତନ ଅଧିପତି ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। |
| 13 |
| ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ୟ ତୁମ୍ଭେ ମଧ୍ୟ ତୁମ୍ଭ ପୂର୍ବପୁରୁଷଗଣ ନିକଟକୁ ଯିବ। |
| 14 |
| ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।) |
| 15 |
| ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, |
| 16 |
| “ସଦାପ୍ରଭୁ ପ୍ରତ୍ୟେକ ପ୍ରାଣୀ ସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନୟ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିଯୁକ୍ତ କରନ୍ତୁ। |
| 17 |
| ମୁଁ ତୁମ୍ଭଙ୍କୁ ବିନୟ କରୁଛି ଏକ ପ୍ରତିନିଧି ବାଛିବାକୁ, ଯିଏ ସେମାନଙ୍କୁ ଆଗେଇ ନେବ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହି ପ୍ରକାରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମେଷପଲ ତୁଲ୍ୟ ହେବେ ନାହିଁ।” |
| 18 |
| ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେ ଉପଯୁକ୍ତ ବ୍ୟକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ। |
| 19 |
| ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା’ର ଆଦେଶ ଦିଅ। |
| 20 |
| “ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇସ୍ରାଏଲର ଲୋକମାନେ ତାଙ୍କୁ ମାନିବେ। |
| 21 |
| ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’” |
| 22 |
| ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରତ୍ୟେକ କର୍ମ କଲେ; ସେ ଯିହୋଶୂୟଙ୍କୁ ଯାଜକ ଇଲିୟାସର ସମ୍ମୁଖରେ ଓ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। |
| 23 |
| ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ। |
|
| ସଞ୍ଚୟ ଟିପ୍ପଣୀ |
https://beblia.bible:81/BibleAudio/odiaerv/numbers/027.mp3
36
27