|
| 1 |
|
| ହାରୋଣଙ୍କର ବଂଶ ଯାଜକ ସେହି ଦିନ ସୀନୟ ପର୍ବତରେ ସଦାପ୍ରଭୁ ମୋଶାଙ୍କ ସଙ୍ଗେ କଥା ହେଲେ, ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି। |
|
| 2 |
|
| ହାରୋଣଙ୍କର ଗ୍ଭରିପୁତ୍ର ମଧ୍ୟରେ ପ୍ରଥମଜାତ ନାଦବ, ତା’ପରେ ଅବୀହୂ, ଇଲିୟାସର ଓ ଈଥାମର। |
|
| 3 |
|
| ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁମାନେ ଯାଜକରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକତ୍ୱ ପଦ କରିବା ପାଇଁ ନିଯୁକ୍ତ କରିଥିଲେ। |
|
| 4 |
|
| ମାତ୍ର ନାଦବ ଓ ଅବୀହୂ ସୀନୟ ପ୍ରାନ୍ତରରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ୟାଗ କଲେ। ସେମାନଙ୍କର ପୁତ୍ର ନ ଥିଲା; ଏଣୁ ଇଲିୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତିରେ ଯାଜକକର୍ମ କଲେ। |
|
| 5 |
|
| ଲେବୀୟମାନେ ଯେଉଁମାନେ ଯାଜକଙ୍କର ସହକାରୀ ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, |
|
| 6 |
|
| “ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। |
|
| 7 |
|
| ସେମାନଙ୍କର ସମାଗମ-ତମ୍ବୁ ନିକଟରେ ରକ୍ଷକ ହେବେ। ସମଗ୍ର ଇସ୍ରାଏଲ ସମାଜ ପାଇଁ ସେମାନେ ମଧ୍ୟ ପବିତ୍ର ଛାଉଣିରେ କାର୍ଯ୍ୟ କରିବେ। |
|
| 8 |
|
| ପୁଣି ସେମାନେ ସମାଗମ-ତମ୍ବୁର ସେବାକାର୍ଯ୍ୟ କରିବା ସମୟରେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟର ରକ୍ଷା କରିବେ ଓ ଇସ୍ରାଏଲ ଲୋକମାନଙ୍କର ସେବା କରିବେ। |
|
| 9 |
|
| “ଆଉ ତୁମ୍ଭେ ହାରୋଣ ଓ ତା’ର ପୁତ୍ରଗଣ ହସ୍ତରେ ଲେବୀୟମାନଙ୍କୁ ଦେବ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇସ୍ରାଏଲ ଲୋକମାନଙ୍କ ପକ୍ଷରୁ ସେମାନଙ୍କୁ ଦିଆଗଲା। |
|
| 10 |
|
| “ପୁଣି ତୁମ୍ଭେ ହାରୋଣ, ତା’ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।” |
|
| 11 |
|
| ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, |
|
| 12 |
|
| “ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ। |
|
| 13 |
|
| “ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।” |
|
| 14 |
|
| ଅନନ୍ତର ସଦାପ୍ରଭୁ ସୀନୟ ମରୁଭୂମିରେ ମୋଶାଙ୍କୁ ପୁଣି କହିଲେ, |
|
| 15 |
|
| “ଲେବୀୟମାନଙ୍କୁ ସେମାନଙ୍କର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବୟସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।” |
|
| 16 |
|
| ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ। |
|
| 17 |
|
| ଲେବୀର ତିନି ପୁତ୍ର ଥିଲେ ଓ ସେମାନଙ୍କର ନାମ ହେଲା ଗେର୍ଶୋନ, କହାତ୍ ଓ ମରାରି। |
|
| 18 |
|
| ଗେର୍ଶୋନ ପରିବାରବର୍ଗର ନାମ ଲିବ୍ନି ଓ ଶିମିୟି। |
|
| 19 |
|
| ପୁଣି ଆପଣା ବଂଶ ଅନୁସାରେ କହାତର ପରିବାରବର୍ଗର ନାମ ଅମ୍ରମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ। |
|
| 20 |
|
| ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି। ଏମାନେ ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କ ବଂଶ। |
|
| 21 |
|
| ଗେର୍ଶୋନଠାରୁ ଲିବ୍ନି ବଂଶ ଓ ଶିମିୟିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀୟ ବଂଶ। |
|
| 22 |
|
| ଏମାନଙ୍କ ମଧ୍ୟରେ ଓ ଏକ ମାସରୁ ଅଧିକ ବୟସ୍କ ବାଳକ ଗଣନା ଅନୁସାରେ 7,500 ହେଲେ। |
|
| 23 |
|
| ଗେର୍ଶୋନୀୟ ପରିବାରବର୍ଗ ପଶ୍ଚିମ ଦିଗରେ ପବିତ୍ର ତମ୍ବୁର ପଶ୍ଚାତ ଭାଗରେ ଛାଉଣି ସ୍ଥାପନ କରିବେ। |
|
| 24 |
|
| ପୁଣି ଲାୟେଲର ପୁତ୍ର ଇଲୀୟାସଫ ଗେର୍ଶୋନୀୟ ପରିବାରବର୍ଗର ଅଧିପତି ଥିଲା। |
|
| 25 |
|
| ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା। |
|
| 26 |
|
| ସେମାନେ ପବିତ୍ର ତମ୍ବୁର ପ୍ରାଙ୍ଗଣରେ ଓ ବେଦିରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ। |
|
| 27 |
|
| ପୁଣି କହାତ୍ଠାରୁ ଅମ୍ରମୀୟ ବଂଶ ଯିଷ୍ହରିୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ ହେଲେ। |
|
| 28 |
|
| ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ସଂଖ୍ୟା କହାତୀୟ ପରିବାରବର୍ଗର 8,300 ଓ ସେମାନେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିଯୁକ୍ତ ହେଲେ। |
|
| 29 |
|
| କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ପବିତ୍ର ତମ୍ବୁ ନିକଟରେ ଛାଉଣି ସ୍ଥାପନ କରିବେ। |
|
| 30 |
|
| ଇଲୀଷାଫନ୍ ଉଷୀୟେଲର ପୁତ୍ର କହାତୀୟ ପରିବାରବର୍ଗର ଅଧିପତି ହେବ। |
|
| 31 |
|
| ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ। |
|
| 32 |
|
| ଯାଜକ ହାରୋଣର ପୁତ୍ର ଇଲିୟାସର ସମସ୍ତଙ୍କ ମଧ୍ୟରେ ପ୍ରଧାନ ଲେବୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷୟର କାର୍ଯ୍ୟ କରନ୍ତି ସେମାନଙ୍କର ତତ୍ତ୍ୱାବଧାନ କରିବ। |
|
| 33 |
|
| ମହଲୀୟ ପରିବାରବର୍ଗ ଏବଂ ମୂଶୀୟ ପରିବାରବର୍ଗ ମରାରୀୟଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀୟ ପରିବାର ଅନ୍ତର୍ଭୁକ୍ତ। |
|
| 34 |
|
| ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ। |
|
| 35 |
|
| ଆଉ ଅବୀହୟଲର ପୁତ୍ର ସୂରୀୟେଲ ମରାରି ପରିବାରବର୍ଗର ଅଧିପତି ହେବ। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। |
|
| 36 |
|
| ମରାରି ପରିବାରର ସଭ୍ୟମାନେ କାଠପଟାଗୁଡ଼ିକ, ଅର୍ଗଳଗୁଡ଼ିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀୟ କାର୍ଯ୍ୟର ଦାୟିତ୍ୱ ବହନ କରିବେ। |
|
| 37 |
|
| ସେମାନେ ମଧ୍ୟ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣରେ ବ୍ୟବହାର ହୁଏ ଏହି ସମସ୍ତର ଦାୟିତ୍ୱ ନେବେ। |
|
| 38 |
|
| ମୋଶା, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖରେ ଛାଉଣି ସ୍ଥାପନ କରିବେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ପବିତ୍ର ସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ଯାଏ, ତାକୁ ମୃତ୍ୟୁଦଣ୍ତ ଦିଆଯିବ। |
|
| 39 |
|
| ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାରେ ଲେବୀୟମାନଙ୍କୁ ଗଣନା କଲେ। ଲେବୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ୟା 22,000 ହେଲେ। |
|
| 40 |
|
| ଲେବୀୟମାନଙ୍କ ପ୍ରଥମଜାତ ସନ୍ତାନଙ୍କ ସ୍ଥାନ ଗ୍ରହଣ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବୟସ୍କ ସମସ୍ତ ଗଣନା କର ଓ ସେମାନଙ୍କର ନାମ ତାଲିକା କର। |
|
| 41 |
|
| ମୁଁ ସଦାପ୍ରଭୁ, ମୁଁ ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳରେ ଲେବୀୟମାନଙ୍କୁ ଗ୍ରହଣ କରିବି। ପୁଣି ଇସ୍ରାଏଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳରେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବି।” |
|
| 42 |
|
| ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଇସ୍ରାଏଲର ଲୋକ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। |
|
| 43 |
|
| ପୁଣି ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟାନୁସାରେ ସେମାନଙ୍କର ସଂଖ୍ୟା 22,273 ହେଲା। |
|
| 44 |
|
| ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, |
|
| 45 |
|
| “ତୁମ୍ଭେ ସମସ୍ତ ଲେବୀୟ ଏବଂ ତାଙ୍କର ସମସ୍ତ ପଶୁ ଇସ୍ରାଏଲର ପ୍ରଥମଜାତ ଏବଂ ଇସ୍ରାଏଲର ପଶୁମାନଙ୍କ ପ୍ରଥମଜାତ ବଦଳରେ ଗ୍ରହଣ କର। ଆଉ ଲେବୀୟମାନେ ମୋର ହେବେ, ମୁଁ ସଦାପ୍ରଭୁ ଅଟେ। |
|
| 46 |
|
| ଇସ୍ରାଏଲରେ ଲେବୀୟମାନଙ୍କଠାରୁ 273 ଅଧିକ ପ୍ରଥମଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚୟ ମୁକୁଳା ଯିବେ। |
|
| 47 |
|
| ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶେକଲ ନେବ। କୋଡ଼ିଏ ଗେରାରେ ଏକ ଶେକଲ। |
|
| 48 |
|
| ସେହି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ୟ ଦିଅ।” |
|
| 49 |
|
| ତେଣୁ ମୋଶା ସେହି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ। |
|
| 50 |
|
| ଇସ୍ରାଏଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1365 ଶେକଲ ନେଲେ। |
|
| 51 |
|
| ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସେହି ମୁକ୍ତି ମୂଲ୍ୟ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ। |
|
|
|
|