|
| 1 |
|
| ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। |
|
| 2 |
|
| ଚାଳିଶ ଦିନ ଓ ଚାଳିଶ ରାତି ଅନାହାରରେ ବିତାଇବା ପରେ ଯୀଶୁ କ୍ଷୁଧିତ ହେଲେ। |
|
| 3 |
|
| ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।” |
|
| 4 |
|
| କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମନୁଷ୍ୟ ଖାଲି ରୋଟି ଖାଇ ବଞ୍ଚେ ନାହିଁ। ଈଶ୍ୱରଙ୍କ ମୁଖନିସୃତ ପ୍ରତ୍ୟେକ ବାକ୍ୟ ତା’ର ଜୀବନ ପାଇଁ ଆବଶ୍ୟକ’।” |
|
| 5 |
|
| ଏହାପରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଗଲା। ସେଠାରେ ତାଙ୍କୁ ମନ୍ଦିରର ସର୍ବୋଚ୍ଚ ଚୂଡ଼ାରେ ବସାଇ କହିଲା, |
|
| 6 |
|
| “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏଠାରୁ ତଳକୁ ଡ଼େଇଁପଡ଼। ଧର୍ମଶାସ୍ତ୍ରରେ ଲେଖାଅଛି - ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ। ସେମାନେ ତୁମକୁ ହାତରେ ତୋଳି ଧରିବେ। ତେଣୁ ତୁମ ପାଦରେ ପଥରର ଆଘାତ ଲାଗିବ ନାହିଁ।” |
|
| 7 |
|
| ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।” |
|
| 8 |
|
| ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ପର୍ବତର ଶିଖରକୁ ନେଇଗଲା ଏବଂ ତାଙ୍କୁ ଜଗତର ସମସ୍ତ ରାଜ୍ୟଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇ କହିଲା, |
|
| 9 |
|
| “ଯଦି ତୁମେ ଜାନୁପାତି ମୋତେ ପୂଜା କରିବ, ଏହିସବୁ ତୁମକୁ ମୁଁ ଦେବି।” |
|
| 10 |
|
| ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।” |
|
| 11 |
|
| ସଙ୍ଗେ ସଙ୍ଗେ ଶୟତାନ ତାଙ୍କୁ ଛାଡ଼ି ଚାଲିଗଲା ଓ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ଯତ୍ନ ନେଲେ। |
|
| 12 |
|
| ଯୋହନଙ୍କୁ ବନ୍ଦୀ କରାଯାଇଛି ବୋଲି ଶୁଣି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ। |
|
| 13 |
|
| କିନ୍ତୁ ନାଜରିତରେ ନ ରହି ଜବୂଲନ ଓ ନଫ୍ତାଲି ଅଞ୍ଚଳରେ ଥିବା ଗାଲିଲୀ ହ୍ରଦ ଉପକୂଳବର୍ତ୍ତୀ କପର୍ନାହୂମରେ ବାସ କଲେ। |
|
| 14 |
|
| ଏହା ଦ୍ୱାରା ଭାବବାଦୀ ଯିଶାଇୟଙ୍କ ବାଣୀ ସଫଳ ହେଲା। ସେ କହିଥିଲେ: |
|
| 15 |
|
| “ଯର୍ଦ୍ଦନ ନଦୀ ସେ ପାରିରେ ସମୁଦ୍ରକୁ ପଡ଼ିଥିବା ରାସ୍ତା ଉପରେ ଅବସ୍ଥିତ ଜବୂଲନ ଓ ନଫ୍ତାଲୀ ଦେଶ ଦ୍ୱୟ ଓ ବିଜାତୀୟମାନଙ୍କର ଗାଲିଲୀ! |
|
| 16 |
|
| ଅନ୍ଧକାରରେ ବାସ କରୁଥିବା ଲୋକମାନେ ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ ସେହି ଆଲୋକ ପ୍ରକାଶ ପାଇବ।” |
|
| 17 |
|
| ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”। |
|
| 18 |
|
| ଯୀଶୁ ଗାଲିଲୀ ହ୍ରଦକୂଳ ଦେଇ ଗମନ କଲାବେଳେ ଶିମୋନ (ପିତର) ଓ ଆନ୍ଦ୍ରିୟ ନାମକ ଦୁଇଜଣ ଧୀବରଙ୍କୁ ଭେଟିଲେ। ଏ ଦୁଇ ଭାଇ ଜାଲ ପକାଇ ହ୍ରଦରେ ମାଛ ଧରୁଥିଲେ। |
|
| 19 |
|
| ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ସାଙ୍ଗରେ ଆସ। ମୁଁ ତୁମକୁ ମନୁଷ୍ୟ ଧରିବା ଶିଖାଇବି।” |
|
| 20 |
|
| ସେମାନେ ସେହିକ୍ଷଣି ସେମାନଙ୍କ ଜାଲ ଛାଡ଼ି ତାଙ୍କ ସଙ୍ଗରେ ଗଲେ। |
|
| 21 |
|
| ଯୀଶୁ ଟିକେ ଆଗକୁ ଯାଇ ଯାକୁବ ଓ ଯୋହନ ନାମକ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ଭେଟିଲେ। ଏ ଦୁଇ ଭାଇ ଓ ସେମାନଙ୍କ ପିତା ନୌକାରେ ବସି ସେମାନଙ୍କର ଜାଲ ସଜାଡ଼ୁଥିଲେ। |
|
| 22 |
|
| ଯୀଶୁ ସେମାନଙ୍କୁ ମଧ୍ୟ ଡ଼ାକିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ନୌକା ଓ ପିତାଙ୍କୁ ଛାଡ଼ି ଯୀଶୁଙ୍କ ପଛେ ପଛେ ଗଲେ। |
|
| 23 |
|
| ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ। |
|
| 24 |
|
| ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ। |
|
| 25 |
|
| ଯୀଶୁ ସେ ସମସ୍ତଙ୍କୁ ସୁସ୍ଥ କଲେ। ଗାଲିଲୀ, ଦେକାପଲୀ, ଯିରୂଶାଲମ, ଇହୁଦା ଓ ଯର୍ଦ୍ଦନର ସେପାରିରେ ଥିବା ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଯୀଶୁଙ୍କୁ ଅନୁସରଣ କଲେ। |
|
|
: |
| ୧ | | ୨ | | ୩ | | ୪ | | ୫ | | ୬ | | ୭ | | ୮ | | ୯ | | ୧୦ | | ୧୧ | | ୧୨ | | ୧୩ | | ୧୪ | | ୧୫ | | ୧୬ | | ୧୭ | | ୧୮ | | ୧୯ | | ୨୦ | | ୨୧ | | ୨୨ | | ୨୩ | | ୨୪ | | ୨୫ | 1
1
1 |
|
|---|
|
https://beblia.bible:81/BibleAudio/odiabsi/matthew/004.mp3
28
4