|
| 1 |
|
| ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ। |
|
| 2 |
|
| ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ। |
|
| 3 |
|
| ତୁମ ଆଖିରେ କାଠ ଗଡ଼ଟାଏ ଥିବାବେଳେ ତୁମ ଭାଇ ଆଖିରେ ଧୂଳିକଣାଟି ପ୍ରତି ତୁମ୍ଭେ କାହିଁକି ଥ୍ୟାନତ ଦେଉଛ? |
|
| 4 |
|
| ନିଜ ଆଖିରେ କାଠଖଣ୍ଡଟିଏ ଥାଉ ଥାଉ ତୁମେ କେଉଁ ସାହସରେ ତୁମ ଭାଇ ଆଖିରୁ ଧୂଳିକଣାଟି ବାହାର କରିଦେବ ବୋଲି କହୁଛ? |
|
| 5 |
|
| ପ୍ରତାରକ! ତୁମ ଆଖିରୁ କାଠ ଗଡ଼ଟିକୁ ପ୍ରଥମେ ବାହାର କରିଦିଅ। ତାହାହେଲେ ତୁମ ଭାଇର ଆଖିରେ ପଡ଼ିଥିବା ଧୁଳିକଣାକୁ ତୁମେ ସହଜରେ ଦେଖିପାରିବ। |
|
| 6 |
|
| କୁକୁରକୁ ପବିତ୍ର ପଦାର୍ଥ ଦିଅ ନାହିଁ। କାରଣ ସେ ବୁଲିପଡ଼ି ତୁମକୁ ଆକ୍ରମଣ କରିପାରେ। ଘୁଷୁରି ଆଗରେ ମୁକ୍ତା ପକାଅ ନାହିଁ। ତା’ର ମୂଲ୍ୟ ନ ବୁଝି ତାକୁ ସେ କେବଳ ପାଦରେ ଦଳି ଦେବ। |
|
| 7 |
|
| ମାଗ, ତାହେଲେ ତୁମକୁ ଦିଆଯିବ; ଖୋଜ, ନିଶ୍ଚୟ ପାଇବ; ଦ୍ୱାରରେ ଆଘାତ କର, ଦ୍ୱାର ଖୋଲା ହେବ। |
|
| 8 |
|
| ଯେ କେହି ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ; ଯେ ଦ୍ୱାରରେ ଆଘାତ କରେ, ତା ପାଇଁ ଦ୍ୱାର ଖୋଲି ଦିଆଯାଏ। |
|
| 9 |
|
| ତୁମ ପୁଅ ରୋଟି ମାଗିଲେ ତାକୁ କଣ ପଥର ଦେବ? |
|
| 10 |
|
| କିମ୍ବା ସେ ମାଛ ମାଗିଲେ ତାକୁ କଣ ସାପ ଦେବ? |
|
| 11 |
|
| ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ? |
|
| 12 |
|
| ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା। |
|
| 13 |
|
| ସଂକୀର୍ଣ୍ଣ ଦ୍ୱାରା ଦେଇ ଯାଅ। କାରଣ ନରକକୂ ଯିବା ରାସ୍ତା ସୁଗମ ଓ ତାର ପ୍ରଶସ୍ତ। ଅନେକେ ସେହି ବାଟେ ଯାନ୍ତି। |
|
| 14 |
|
| କିନ୍ତୁ ଅନନ୍ତ ଜୀବନକୁ ପଡ଼ିଥିବା ରାସ୍ତା ଦୁର୍ଗମ ଓ ବାଟ ଖୋଜି ପାଆନ୍ତି। |
|
| 15 |
|
| ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ। |
|
| 16 |
|
| ସେମାନେ କାର୍ଯ୍ୟକଳାପରୁ ତୁମେ ସେମାନଙ୍କୁ ଚିହ୍ନିପାରିବ। କଣ୍ଟା ବୁଦାରେ ଦ୍ରାକ୍ଷଶ ‘ଳେ ନାହଁ କିମ୍ବା କାନକୋଳି ଗଛରେ ଡିମିରି ‘ଳ ଧର ନାହିଁ। |
|
| 17 |
|
| ଭଲ ଗଛରେ ଭଲ ‘ଳ ଧରେ। ଖରାପ ଗଛରେ ଖରାପ। |
|
| 18 |
|
| ଭଲ ଗଛରେ ଖରାପ ‘ଲ ‘ଳିବ ନାହିଁ କିମ୍ବା ଖରାପ ଗଛର ‘ଳ ଭଲ ହୋଇ ପାରିବ ନାହିଁ। |
|
| 19 |
|
| ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ। |
|
| 20 |
|
| ସେହିପରି ଭଣ୍ଡ ଭାବବାଦୀମାନଙ୍କର କାର୍ଯ୍ୟକଳାପରୁ ସେମାନଙ୍କୁ ତୁମେ ଚିହ୍ନି ପାରିବ। |
|
| 21 |
|
| ଯେଉଁମାନେ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ସେମାନେ ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁମାନେ ପିତା ଈଶ୍ୱରଙ୍କର ଇଚ୍ଛାଅନୁଯାୟୀ କାମ କରନ୍ତି, କେବଳ ସେହିମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ। |
|
| 22 |
|
| ମହାବିଚାର ଦିନ ଉପସ୍ଥିତ ହେଲେ ଅନେକେ ମୋତେ କହିବେ, ପ୍ରଭୁ ତୁମ ନାମରେ ଭୂତ ଛଡ଼ାଇଛୁ ଏବଂ ଅନେକ ଅଲୌକିକ କାର୍ଯ୍ୟ କରିଛୁ। |
|
| 23 |
|
| ସେତେବେଳେ ସେମାନେ ମୁଁ କହିବି, ତୁମ୍ଭମାନଙ୍କୁ ମୁଁ ଜାଣେ ନାହିଁ। ଦୁଗଚାରୀମାନେ, ମୋ ନିକଟରୁ ଦୂର ହୁଅ। |
|
| 24 |
|
| “ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି। |
|
| 25 |
|
| ପ୍ରବଳ ବର୍ଷାହେଲା, ନଦୀ ଜଳ ବନ୍ଧ ଟପି ଉଛୁଳି ପଡ଼ିଲା ଓ ସେହି ଘର ଉପରେ ଅତି ବେଗରେ ପବନ ବହିଲା, କିନ୍ତୁ ସେହି ଘରଟି ଭୁଷୁଡ଼ି ପଡ଼ିଲା ନାହିଁ। କାରଣ ତାଡା ପଥର ଉପର ନିର୍ମିତ ହୋଇଥିଲା। |
|
| 26 |
|
| “କିନ୍ତୁ ଯେଉଁମାନେ ମୋ’ କଥା ଶୁଣି ପାଳନ କରନ୍ତି ନାହିଁ, ସେମାନେ ବାଲିକୁଦ ଉପରେ ଘର ତିଆରି କରିଥିବା ମୂର୍ଖ ପରି। |
|
| 27 |
|
| ଘୋର ବର୍ଷା ହେଲା, ନଦୀ ପାଣି କୂଳ ଟପିଲା। ଜୋରରେ ପବନ ବହିଲା ଓ ଘରଟି ଭୂମିସାତ୍ ହେଲା। ଉକ୍ତ ପତନ କେଡ଼େ ଭୟଙ୍କର ସତେ।” |
|
| 28 |
|
| ଶେଷ ପର୍ଯ୍ୟନ୍ତ ଯୀଶୁଙ୍କର ଏହିସବୁ କଥା ଶୁଣି ଲୋକମାନେ ତାଙ୍କ ଶିକ୍ଷାରେ ବିସ୍ମିତ ହେଲେ। |
|
| 29 |
|
| ସେ ଅନ୍ୟାନ୍ୟ ଧର୍ମଗୁରୁମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷଶ ଦେଉଥିଲେ। |
|
|
: |
| ୧ | | ୨ | | ୩ | | ୪ | | ୫ | | ୬ | | ୭ | | ୮ | | ୯ | | ୧୦ | | ୧୧ | | ୧୨ | | ୧୩ | | ୧୪ | | ୧୫ | | ୧୬ | | ୧୭ | | ୧୮ | | ୧୯ | | ୨୦ | | ୨୧ | | ୨୨ | | ୨୩ | | ୨୪ | | ୨୫ | | ୨୬ | | ୨୭ | | ୨୮ | | ୨୯ | 1
1
1 |
|
|---|
|
https://beblia.bible:81/BibleAudio/odiabsi/matthew/007.mp3
28
7