|
| 1 |
|
| ଭ୍ରାତୃ ଓ ପିତୃବୃନ୍ଦ, ମୁଁ ବର୍ତ୍ତମାନ ଆପଣ-ମାନଙ୍କ ନିକଟରେ ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶ୍ରବଣ କରନ୍ତୁ । |
|
| 2 |
|
| ସେ ସେମାନଙ୍କ ନିକଟରେ ଏବ୍ରୀ ଭାଷାରେ କଥା କହୁଅଛନ୍ତି ଶୁଣି ସେମାନେ ଅଧିକ ନୀରବ ହୋଇ ରହିଲେ । |
|
| 3 |
|
| ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ମୁଁ ଏହି ନଗରରେ ଲାଳିତପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ଆପଣମାନେ ସମସ୍ତେ ଆଜି ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ଵରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି; |
|
| 4 |
|
| ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି । |
|
| 5 |
|
| ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ସେମାନଙ୍କଠାରୁ ମୁଁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି ଦାମାସ୍କସ୍ରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି । |
|
| 6 |
|
| କିନ୍ତୁ ମୁଁ ଯାଉ ଯାଉ ଦାମାସ୍କସ୍ର ନିକଟବର୍ତ୍ତୀ ହୁଅନ୍ତେ, ପ୍ରାୟ ମଧ୍ୟାହ୍ନ ସମୟରେ ଅକସ୍ମାତ୍ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା । |
|
| 7 |
|
| ସେଥିରେ ମୁଁ ଭୂମିରେ ପଡ଼ିଗଲି, ଆଉ ମୋʼ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ? |
|
| 8 |
|
| ମୁଁ ଉତ୍ତର ଦେଲି, ପ୍ରଭୋ, ଆପଣ କିଏ? ତେଣୁ ସେ ମୋତେ କହିଲେ, ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି । |
|
| 9 |
|
| ଯେଉଁମାନେ ମୋʼ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ତାହାଙ୍କ ସ୍ଵର ଶୁଣିଲେ ନାହିଁ । |
|
| 10 |
|
| ସେଥିରେ ମୁଁ କହିଲି, ପ୍ରଭୋ, ମୁଁ କʼଣ କରିବି? ତେଣୁ ପ୍ରଭୁ ମୋତେ କହିଲେ, ଉଠ, ଦାମାସ୍କସ୍କୁ ଯାଅ, ଆଉ ଯେସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେସବୁ ତୁମ୍ଭକୁ ସେଠାରେ କୁହାଯିବ । |
|
| 11 |
|
| ସେହି ଆଲୋକର ତେଜ ହେତୁ ମୁଁ ଦେଖି ନ ପାରିବାରୁ ମୋʼ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ଵାରା ଚାଳିତ ହୋଇ ଦାମାସ୍କସ୍କୁ ଆସିଲି । |
|
| 12 |
|
| ସେହି ସ୍ଥାନନିବାସୀ ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନିୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ ପ୍ରେରିତ. ୯:୧୭ |
|
| 13 |
|
| ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଶାଉଲ ଭାଇ, ଦୃଷ୍ଟି ପ୍ରାପ୍ତ ହୁଅ । ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି । |
|
| 14 |
|
| ପୁଣି, ସେ କହିଲେ, ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ତାହାଙ୍କ ଇଚ୍ଛା ଜାଣିବା ନିମନ୍ତେ ଓ ସେହି ଧାର୍ମିକ ବ୍ୟକ୍ତିଙ୍କି ଦେଖିବା ନିମନ୍ତେ, ପୁଣି ତାହାଙ୍କ ମୁଖରୁ ବାଣୀ ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରିଅଛନ୍ତି, |
|
| 15 |
|
| କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ନିକଟରେ ତାହାଙ୍କର ସାକ୍ଷୀ ହେବ । |
|
| 16 |
|
| ଆଉ, ଏବେ ତୁମ୍ଭେ କାହିଁକି ବିଳମ୍ଵ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପସବୁ ଧୋଇ ପକାଅ । |
|
| 17 |
|
| ଏଥିଉତ୍ତାରେ ମୁଁ ଯିରୂଶାଲମକୁ ବାହୁଡ଼ିଆସି ମନ୍ଦିରରେ ପ୍ରାର୍ଥନା କରୁଥିବା ସମୟରେ ମୂର୍ଚ୍ଛିତ ହୋଇ ତାହାଙ୍କୁ ଦର୍ଶନ କଲି । |
|
| 18 |
|
| ସେ ମୋତେ କହିଲେ, ବିଳମ୍ଵ ନ କରି ଶୀଘ୍ର ଯିରୂଶାଲମରୁ ବାହାରିଯାଅ, କାରଣ ସେମାନେ ଆମ୍ଭ ବିଷୟରେ ତୁମ୍ଭର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ । |
|
| 19 |
|
| ସେଥିରେ ମୁଁ କହିଲି, ପ୍ରଭୋ, ମୁଁ ଯେ ଆପଣଙ୍କଠାରେ ବିଶ୍ଵାସୀମାନଙ୍କୁ ସମାଜଗୃହରେ ଧରି କାରାଗାରରେ ପକାଉଥିଲି ଓ ପ୍ରହାର କରୁଥିଲି, ଏହା ସେମାନେ ନିଜେ ଜାଣନ୍ତି; |
|
| 20 |
|
| ଆଉ, ଯେତେବେଳେ ଆପଣଙ୍କ ସାକ୍ଷୀ ସ୍ତିଫାନଙ୍କ ରକ୍ତପାତ ହେଉଥିଲା, ସେତେବେଳେ ମୁଁ ମଧ୍ୟ ପାଖରେ ଠିଆ ହୋଇ ତାହା ସମର୍ଥନ କରୁଥିଲି, ପୁଣି ଘାତକମାନଙ୍କର ବସ୍ତ୍ର ରକ୍ଷା କରୁଥିଲି । |
|
| 21 |
|
| ସେଥିରେ ସେ ମୋତେ କହିଲେ, ଯାଅ, କାରଣ ଆମ୍ଭେ ତୁମ୍ଭକୁ ଦୂରକୁ ବିଜାତିମାନଙ୍କ ନିକଟକୁ ପ୍ରେରଣ କରିବୁ । |
|
| 22 |
|
| ଲୋକମାନେ ଏହି ପର୍ଯ୍ୟନ୍ତ ତାଙ୍କ କଥା ଶୁଣି ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାʼର ବଞ୍ଚି ରହିବା ଉଚିତ ନୁହେଁ । |
|
| 23 |
|
| ଆଉ, ଯେତେବେଳେ ସେମାନେ ଚିତ୍କାର କରି ଆପଣା ଆପଣା ବସ୍ତ୍ର ଫୋପାଡ଼ି ଆକାଶ ଆଡ଼କୁ ଧୂଳି ପକାଇବାକୁ ଲାଗିଲେ, |
|
| 24 |
|
| ସେତେବେଳେ ସହସ୍ରସେନାପତି ତାଙ୍କୁ ଗଡ଼ ଭିତରକୁ ଘେନିଯିବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକେ କାହିଁକି ତାଙ୍କ ବିରୁଦ୍ଧରେ ଏପ୍ରକାର ଚିତ୍କାର କରୁଅଛନ୍ତି, ଏହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ଵାରା ତାଙ୍କୁ ପରୀକ୍ଷା କରିବା ନିମନ୍ତେ ଆଦେଶ ଦେଲେ । |
|
| 25 |
|
| ସେମାନେ ତାଙ୍କୁ କଶା ମାରିବା ପାଇଁ ବାନ୍ଧିଲା ଉତ୍ତାରେ ସେ ନିକଟରେ ଠିଆ ହୋଇଥିବା ଶତ-ସେନାପତିଙ୍କି କହିଲେ, ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନସଙ୍ଗତ? |
|
| 26 |
|
| ସେହି ଶତସେନାପତି ଏହା ଶୁଣି ସହସ୍ର-ସେନାପତିଙ୍କ ନିକଟକୁ ଯାଇ ତାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କʼଣ କରିବାକୁ ଯାଉଅଛନ୍ତି? ଏହି ଲୋକ ତ ଜଣେ ରୋମୀୟ । |
|
| 27 |
|
| ସେଥିରେ ସହସ୍ରସେନାପତି ଆସି ତାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମୀୟ? ସେ କହିଲେ, ହଁ । |
|
| 28 |
|
| ସେଥିରେ ସହସ୍ରସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି । ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମୀୟ । |
|
| 29 |
|
| ତେବେ, ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ, ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ରସେନାପତି ସୁଦ୍ଧା ସେ ଯେ ଜଣେ ରୋମୀୟ, ଏହା ବୁଝିବାରୁ ଓ ତାଙ୍କୁ ବାନ୍ଧିବାରୁ ଭୀତ ହେଲେ । |
|
| 30 |
|
| କିନ୍ତୁ କାହିଁକି ସେ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହୋଇଅଛନ୍ତି, ତାହା ନିଶ୍ଚୟ ରୂପେ ଜାଣିବା ଇଚ୍ଛାରେ ସେ ପରଦିନ ତାଙ୍କର ବନ୍ଧନ ଫିଟାଇ ପ୍ରଧାନ ଯାଜକ ଓ ସମସ୍ତ ମହାସଭାକୁ ଏକତ୍ର ଆସିବା ପାଇଁ ଆଜ୍ଞା ଦେଲେ, ପୁଣି ପାଉଲଙ୍କୁ ଘେନିଆଣି ସେମାନଙ୍କ ସମ୍ମୁଖରେ ଠିଆ କରାଇଲେ । |
|
|
|
|