|
| 1 |
|
| ବନ୍ଧୁ, ତୁମେ କଅଣ ଅନ୍ୟମାନଙ୍କର ବିଚାର କରୁଛ? ତୁମେ ଯେ କୌଣସି ବ୍ୟକ୍ତି ହେଲେ ମଧ୍ୟ, ଏହା କରିବା ତୁମ ପକ୍ଷରେ ଯଥାର୍ଥ ନୁହେଁ। ଅନ୍ୟମାନଙ୍କର ଦୋଷ ଧରି ତୁମେ ଯଦି ନିଜେ ତାହା କରୁଥାଅ, ତଦ୍ଦ୍ୱାରା ତୁମେ ନିଜକୁ ଦୋଷୀ କରୁଛ। |
|
| 2 |
|
| ଆମେ ଜାଣୁ, ଈଶ୍ୱର ଏପରି କରୁଥିବା ଲୋକଙ୍କର ଉଚିତ୍ ବିଚାର କରିବେ। |
|
| 3 |
|
| ଯେଉଁ କୁକର୍ମ ଲାଗି ତୁମେ ଅନ୍ୟମାନଙ୍କୁ ଦୋଷୀ କରୁଛ, ତା’ ଯଦି ତୁମେ ନିଜେ କରୁଥାଅ, ତୁମେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବ ନାହିଁ ବୋଲି କଅଣ ଭାବୁଛ? |
|
| 4 |
|
| ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି। |
|
| 5 |
|
| କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ। |
|
| 6 |
|
| କାରଣ ଈଶ୍ୱର ପ୍ରତ୍ୟେକକୁ ତା’ର କର୍ମ ଅନୁଯାୟୀ ଫଳ ଦେବେ। |
|
| 7 |
|
| କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ। |
|
| 8 |
|
| ଅନ୍ୟମାନେ ସ୍ୱାର୍ଥପର, ସତ୍ପଥ ତ୍ୟାଗ କରି, ବିପଥଗାମୀ ହୁଅନ୍ତି। ସେମାନଙ୍କ ଉପରେ ଈଶ୍ୱରଙ୍କ ପ୍ରଚଣ୍ଡ କୋପ ବୃଷ୍ଟି ହେବ। |
|
| 9 |
|
| ଯେଉଁମାନେ ଦୁଷ୍କର୍ମରେ ଲିପ୍ତ, ସେମାନଙ୍କ ପାଇଁ କ୍ଳେଶ ଓ ଯନ୍ତ୍ରଣାର ଦିନ ଆସୁଛି। ପ୍ରଥମତଃ ଇହୁଦୀ ଓ ପରେ ଅଣଇହୁଦୀମାନଙ୍କ ପାଇଁ। |
|
| 10 |
|
| କିନ୍ତୁ ଯେଉଁମାନେ ସତ୍କର୍ମ କରୁଥାଆନ୍ତି, ସେମାନେ ଇହୁଦୀ ହୁଅନ୍ତୁ, ଅଣଇହୁଦୀ ହୁଅନ୍ତୁ, ସେମାନଙ୍କୁ ଈଶ୍ୱର ସମ୍ମାନ, ଗୌରବ ଓ ଶାନ୍ତି ପ୍ରଦାନ କରିବେ। |
|
| 11 |
|
| କାରଣ ଈଶ୍ୱର ଗୋଟିଏ ମାନଦଣ୍ଡରେ ସମସ୍ତଙ୍କ ବିଚାର କରନ୍ତି। |
|
| 12 |
|
| ଅଣଇହୁଦୀମାନେ ମୋଶାଲିଖିତ ବ୍ୟବସ୍ଥା ପାଇ ନାହାନ୍ତି। ବ୍ୟବସ୍ଥାବିହୀନ ହୋଇ ପାପ କଲେ, ସେମାନେ ବିନା ବ୍ୟବସ୍ଥାରେ ବିନଷ୍ଟ ହେବେ। ଅନ୍ୟ ପକ୍ଷରେ ଇହୁଦୀମାନେ ବ୍ୟବସ୍ଥା ଜାଣିଥିବାରୁ, ସେମାନେ ପରପ କଲେ, ସେହି ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ହେବେ। |
|
| 13 |
|
| କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା। |
|
| 14 |
|
| ଅଣଇହୁଦୀମାନଙ୍କର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ସେମାନେ ସ୍ୱଭାବତଃ ବ୍ୟବସ୍ଥାର ବିଧିବିଧାନ ପାଳନ କରନ୍ତି, ତାହା ହିଁ ସେମାନଙ୍କର ବ୍ୟବସ୍ଥା ସ୍ୱରୂପ। |
|
| 15 |
|
| ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍ଚିନ୍ତାବେଳେ ଦୋଷୀ କରେ। |
|
| 16 |
|
| ଯେଉଁ ଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଏ ସବୁ ଘଟିବ। |
|
| 17 |
|
| ତୁମ୍ଭେମାନେ ନିଜକୁ ଇହୁଦୀ ବୋଲାଉଛ, ବ୍ୟବସ୍ଥା ଉପରେ ନିର୍ଭର କରି ଓ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କ ନେଇ ଗର୍ବ କରୁଛ; |
|
| 18 |
|
| ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍ ଓ ଅସତ୍ ଜ୍ଞାନ ପାଇଛ; |
|
| 19 |
|
| ନିଶ୍ଚିତଭାବେ ଜାଣିଛ, ଯେ ତୁମ୍ଭେମାନେ ଅନ୍ଧର ପଥ ପ୍ରଦର୍ଶକ, ଅନ୍ଧକାରରେ ଥିବା ଲୋକମାନଙ୍କ ପାଇଁ ଆଲୋକ ସ୍ୱରୂପ, |
|
| 20 |
|
| ନିର୍ବୋଧମାନଙ୍କର ଉପଦେଷ୍ଟା, ଅଜ୍ଞମାନଙ୍କର ଶିକ୍ଷକ। ତୁମ୍ଭମାନଙ୍କର ବିଶ୍ୱାସ ଯେ, ବ୍ୟବସ୍ଥାରୁ ତୁମ୍ଭେମାନେ ସମ୍ପୂର୍ଣ୍ଣ ସତ୍ୟ ଓ ଜ୍ଞାନ ଲାଭ କରିଛ। |
|
| 21 |
|
| ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛ, କିନ୍ତୁ ନିଜେ କାହିଁକି ଶିକ୍ଷା ଲାଭ କରୁ ନାହଁ? “ଚୋରି କର ନାହିଁ” ବୋଲି ଶିକ୍ଷା ଦେଇ ନିଜେ ଚୋରି କରୁଛ କି? |
|
| 22 |
|
| “ବ୍ୟଭିଚାର କର ନାହିଁ” ବୋଲି କହି, ନିଜେ ବ୍ୟଭିଚାର କରୁଛ କି? ତୁମ୍ଭେମାନେ ପ୍ରତିମା ପୂଜାକୁ ଘୃଣା କରି ମନ୍ଦିର ଲୁଣ୍ଠନ କରୁଛ କି? |
|
| 23 |
|
| ତୁମ୍ଭେମାନେ ଈଶ୍ୱରଙ୍କ ବ୍ୟବସ୍ଥା ପାଇଛ ବୋଲି ଗର୍ବ କରୁଛ, କିନ୍ତୁ ତାକୁ ଲଙ୍ଘନ କରି ଈଶ୍ୱରଙ୍କୁ ଅପମାନିତ କରୁଛ କି? |
|
| 24 |
|
| ଶାସ୍ତ୍ରରେ ଉଲ୍ଲେଖ ଅଛି, “ତୁମ୍ଭମାନଙ୍କ ଯୋଗୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ନିନ୍ଦିତ ହେଉଛନ୍ତି।” |
|
| 25 |
|
| ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ। |
|
| 26 |
|
| ଯଦି ସୁନ୍ନତ ହୋଇ ନ ଥବା ଜଣେ ଅଣଇହୁଦୀ ବ୍ୟବସ୍ଥାର ବିଧିବିଧାନ ସବୁ ପାଳନ କରୁଥାଏ, ଈଶ୍ୱର ତାକୁ |
|
| 27 |
|
| ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ, |
|
| 28 |
|
| କେବଳ ଶାରୀରିକ ଭାବରେ ସୁନ୍ନତ ହୋଇ ଉପରକୁ ଇହୁଦୀ ବୋଲି ପରିଚିତ ହେଉଥିବା ଲୋକ ପ୍ରକୃତରେ ଇହୁଦୀ ନୁହେଁ। |
|
| 29 |
|
| ଯେ ଅନ୍ତରରେ ଇହୁଦୀ, ସେ ହେଉଛି ପ୍ରକୃତ ଇହୁଦୀ। ପ୍ରକୃତ ସୁନ୍ନତ ହୃଦୟର ବିଷୟ; ତାହା ଆଧ୍ୟାତ୍ମିକ, ଆକ୍ଷରିକ ନୁହେଁ। ଏପରି ବ୍ୟକ୍ତି ମନୁଷ୍ୟଠାରୁ ପ୍ରଶଂସା ପାଇ ନ ପାରେ; ସେ ତାହା ପାଏ ଈଶ୍ୱରଙ୍କଠାରୁ। |
|
|
|
|