|
| 1 |
|
| ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ବିଶ୍ୱାସୀ ରୂପେ ତୁମ୍ଭେମାନେ ଲୋକମାନଙ୍କର ବାହ୍ୟ ବେଶଭୂଷା ଦେଖି ପକ୍ଷପାତିତା କର ନାହିଁ। |
|
| 2 |
|
| ମନେକର, ତୁମ ସଭାକୁ ଜଣେ ସୁନା ମୁଦି ଓ ମୂଲ୍ୟବାନ ବସ୍ତ୍ର ପିଦ୍ଧି ଆସିଛି। ଅନ୍ୟ ଜଣେ ମଳିନ ଓ ଛିନ୍ନ ବସ୍ତ୍ର ପିଦ୍ଧି ଆସିଛି। |
|
| 3 |
|
| ଯଦି ତୁମେ ମୂଲ୍ୟବାନ ବସ୍ତ୍ରପରିହିତ ଲୋକକୁ ଅଧିକ ସମ୍ମାନ ଦେଖାଇ କୁହ, “ଏହି ଆସନ ଗ୍ରହଣ କରନ୍ତୁ”, କିନ୍ତୁ ଦରିଦ୍ର ଲୋକଟିକୁ କୁହ, “ସେଠାରେ ଠିଆ ହୁଅ, ବା ତଳେ ମୋ’ ପାଦ ପାଖରେ ବସ”, |
|
| 4 |
|
| ତାହାହେଲେ, ନିଜ ନିଜ ମଧ୍ୟରେ ଉଚ୍ଚ ନୀଚ ଭାବ ସୃଷ୍ଟି କରୁଛ ଏବଂ ଅସତ୍ ମନୋଭାବ ରଖି ପ’ପାତ ବିଚାର କରୁଛ। |
|
| 5 |
|
| ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି? |
|
| 6 |
|
| ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ। |
|
| 7 |
|
| ଯେଉଁ ନମ ତୁମ୍ଭମାନଙ୍କୁ ପ୍ରଦତ୍ତ ହୋଇଛି, ସେମାନେ ସେହି ମହତ୍ ନାମର ନିନ୍ଦା କରନ୍ତି। |
|
| 8 |
|
| “ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ। |
|
| 9 |
|
| କିନ୍ତୁ ଯଦି ବାହ୍ୟ ବେଶଭୂଷା ଦେଖି ଲୋକଙ୍କ ପ୍ରତି ପକ୍ଷପାତ ବ୍ୟବହାର କରୁଥାଅ, ତେବେ ତୁମେ ପାପ କରୁଛ ଓ ବ୍ୟବସ୍ଥଇା ଅନୁଯାୟୀ ତୁମେ ଜଣେ ଆଜ୍ଞାଲଘଂନକାରୀ। |
|
| 10 |
|
| ଯେ ଗୋଟିଏ ଆଜ୍ଞା ଲଘଂନ କର, ସେ ସମସ୍ତ ଆଜ୍ଞ ଲଘଂନ ଅପରାଧରେେ ଦୋଷୀ ହୁଏ। |
|
| 11 |
|
| କାରଣ ଯେ ଆଜ୍ଞା କରିଛନ୍ତି, “ବ୍ୟଭିଚାର କର ନାହିଁ”, ସେହି ଈଶ୍ୱର ଆଉ ଗୋଟିଏ ଆଜ୍ଞା ପ୍ରଦାନ କରିଛନ୍ତି; “ନରହତ୍ୟା କର ନାହିଁ।” ଅତଏବ, ତୁମେ ବ୍ୟଭିଚାର ନ କଲେ ସୁଦ୍ଧା, ଯଦି ନରହତ୍ୟା କର, ତେବେ ତୁମେଜଣେ ଆଜ୍ଞାଲଘଂନକାରୀ। |
|
| 12 |
|
| ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର। |
|
| 13 |
|
| କାରଣ ଯେ ଅନ୍ୟକୁ ଦୟା କରେ ନାହିଁ, ଈଶ୍ୱର ତାକୁ ଦୟା କରିବେ ନାହିଁ। ନ୍ୟାୟ ବିଚାର ଉପରେ ଦୟାର ହିଁ ବିଜୟ ହୁଏ। |
|
| 14 |
|
| ଭାଇମାନେ, କେହି ଯଦି କହେ, ତାହାର ବିଶ୍ୱାସ ଅଛି, ଅଥଚ କର୍ମରେ ତାହା ଦେଖାଏ ନାହିଁ, ତେବେ ତା’ କଥାର କି ମୂଲ୍ୟ ଅଛି? ସେହି ପ୍ରକାର ବିଶ୍ୱାସ ତାକୁ ପରିତ୍ରାଣ ଦେଇପାର କି? |
|
| 15 |
|
| ମନେକର, କୌଣସି ଭାଇ ବା ଭଉଣୀର ବସ୍ତ୍ର ଓ ଖାଦ୍ୟର ଅଭାବ ଅଛି, ତୁମେ ତାହାର ଅଭାବ ପୂରଣ ନ କରି ଯଦି କୁହ, “ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ; ଖାଇ ପିଇ ଆଗମରେ ରୁହ”, ତୁମ କଥା ନିରର୍ଥକ ହେବ ନାହିଁ କି? |
|
| 16 |
|
|
|
| 17 |
|
| ବିଶ୍ୱାସ ଠିକ୍ ସେହିପରି। କର୍ମ ନ ଥିଲେ, କେବଳ ମାତ୍ର ବିଶ୍ୱାସ ମୃତ। |
|
| 18 |
|
| କିନ୍ତୁ କେହି ହୁଏତ କହିପାରେ, “ଜଣକର ବିଶ୍ୱାସ ଅଛି, ଅନ୍ୟ ଜଣକର କର୍ମ ଅଛି।” ଏ ବିଷୟରେ ମୁଁ କହିବି, “କର୍ମ ନ ଥାଇ କାହାରି ବିଶ୍ୱାସ ଥାଇପାରେ ବୋଲି ମୋତେ ପ୍ରମାଣ ଦେବି।” |
|
| 19 |
|
| ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି। |
|
| 20 |
|
| ହେ ନିବୋର୍ଧ! କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହାର ପ୍ରମାଣ ଦେଖିବାକୁ ତୁମେ କ’ଣ ଇଚ୍ଛା କୁଛୁ? |
|
| 21 |
|
| ଆମ ପିତୃପୁରୁଷ ଅବ୍ରାହାମ, ଈଶ୍ୱରଙ୍କ ଦୃଷ୍ଟିରେ କିପରି ଧାର୍ମିକ ବିବେଚିତ ହୋଇଥିଲେ? ସେ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହେଲେ, ଯେତେବେଳେ ସେ ତାଙ୍କ ପୁତ୍ର ଇସାହାକଙ୍କୁ ବେଦି ଉପରେ ଉତ୍ସର୍ଗ କଲେ। |
|
| 22 |
|
| ତୁମେ କ’ଣ ବୁଝିପାରୁ ନାହିଁ? ଅବ୍ରାହାମଙ୍କ ବିଶ୍ୱାସ, କର୍ମରେ ପ୍ରାକାଶ ପାଇଲା; କର୍ମ ଦ୍ୱାରା ତାଙ୍କର ବିଶ୍ୱାସ ସିଦ୍ଧ ହେଲା। |
|
| 23 |
|
| ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ। |
|
| 24 |
|
| ଅତଏବ, ତୁମ୍ଭେମାନେ ବୁଝି ପାରିବ ଯେ, ମନୁଷ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚତ ହୁଏ, କେବଳ ବିଶ୍ୱାସ ଦ୍ୱାରା ନୁହେଁ। |
|
| 25 |
|
| ସେହିପରି ବେଶ୍ୟା ରାହାବ ମଧ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହୋଇଥିଲେ। ସେ ଇଶ୍ରାଏଲୀୟ ଗୁକ୍ତଚରମାନଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଅନ୍ୟ ଏକ ପଥରେ ପଳାୟନ କରିବାକୁ ସାହାଯ୍ୟ କରିଥିଲେ। |
|
| 26 |
|
| ତେଣୁ, ଆତ୍ମା ବିନା ଶରୀର ଯେପରି ମୃତ,କର୍ମ ବିନା ବିଶ୍ୱାସ ସେହପରି ମୃତ। |
|
|
|
|