× ଭାଷା ୟୁରୋପ | ଷିୟ | ବେଲାରୁଷିଆନ୍ ୟୁକ୍ରେନ୍ ପୋଲାଣ୍ଡ | ସର୍ବିଆ | ବୁଲଗେରିଆ | ସ୍ଲୋଭାକିଆନ୍ ଚେକ ରୋମାନିଆନ୍ ମଲଡୋଭିଆନ୍ | ଆଜେରବାଇଜାନ ଆର୍ମେନିଆ ଜର୍ଜିଆନ୍ ଆଲବାନ୍ ଆଭାର୍ | ବାସ୍କିର ଟାଟାର | ଚେଚେନ ସ୍ଲୋଭେନିଆନ୍ କ୍ରୋଏସିଆ ଇଷ୍ଟୋନିଆନ୍ | ଲାଟଭିଆନ୍ ଲିଥୁଆନିଆ ହଙ୍ଗେରୀ ଫିନଲ୍ୟାଣ୍ଡ ନରୱେଜ୍ ସ୍ୱେଡିସ୍ ଆଇସଲ୍ୟାଣ୍ଡ୍ ଗ୍ରୀକ୍ ମାକେଡୋନିଆନ୍ | ଜର୍ମାନ୍ ବାଭରିଆନ୍ | ଡଚ୍ ଡାନିଶ୍ ୱେଲ୍ସ | ଗେଲିକ୍ | ଇଂରେଜ୍ ଫରାସୀ ବାସ୍କେ | କାଟାଲାନ୍ ଇଟାଲୀୟ | ଗାଲାସିଆନ୍ | ରୋମାନି | Bosnian ଉତ୍ତର ଆମେରିକା ଇଂରାଜୀ | ଦକ୍ଷିଣ ଆମେରିକା ସ୍ପାନିସ୍ ପର୍ତ୍ତୁଗୀଜ୍ ଗୁଆରାନି | କେଚୁଆନ୍ ଆୟମାରା କେନ୍ଦ୍ରୀୟ ଆମେରିକା | ଜାମାଇକାନ୍ ନାହୁତ୍ | କିଚେ Qeqchi ହାତିଆ ପୂର୍ବ ଏସିଆ ଚାଇନିଜ୍ ଜାପାନିଜ୍ କୋରିଆନ୍ ମଙ୍ଗୋଲିଆ ଉଇଗୁର୍ ହମଙ୍ଗ ଦକ୍ଷିଣ ପୂର୍ବ ଏସିଆ ମାଲେସିଆ ବର୍ମା ଥୋଡି ନେପାଳୀ ସେବୁଆନୋ | ଟାଗଲଗ୍ | କାମ୍ବୋଡିଆ ଥାଇ ଇଣ୍ଡୋନେସିଆ ଭିଏତନାମ ଯବାନ ଲାଓ ଇବାନ୍ ଆଇୟୁ ମିଏନ୍ କାଚିନ୍ ଲାହୁ Aceh Balinese Bugis Pampanga Sasak Shan Waray ଦକ୍ଷିଣ ଏସିଆ ହିନ୍ଦୀ ଓଡିଆ ଆୱାଡି | ମିଜୋ | କନ୍ନଡ | ମାଲାୟାଲମ୍ ମରାଠୀ ଗୁଜରାଟୀ ତାମିଲ୍ | ତେଲୁଗୁ ପଞ୍ଜାବୀ | କୁରୁଖ ଆସାମୀୟ | ମ ith ଥୀଲି | ବଙ୍ଗାଳୀ ଉର୍ଦ୍ଦୁ ସିହ୍ନା ଡୋଗ୍ରି ହରିୟାନଭି ମେଟେଇ | କନକାନି ସାନ୍ତାଲି ସିନ୍ଧି କୋୟା ଥାଡୋ ସଂସ୍କୃତ ଦେବନାଗରୀ Adilabad Gondi Ahirani ବାଲୁଚି Bundeli Chhattisgarhi Garhwali Kangri Kumaoni Mewari Munda Sadri Seraiki Shekhawati Sylheti ମଧ୍ୟ ଏସିଆ କିର୍ଗିଜ୍ ଉଜବେକିସ୍ତାନ ତାଜିକ୍ | ତୁର୍କମେନ କାଜାଖସ୍ତାନ କରକାଲପକ୍ ମଧ୍ୟ ପୂର୍ବ ତୁର୍କୀ ହିବ୍ରୁ ଆରବୀ | ପାର୍ସୀ | କୁର୍ଦ୍ଦ ପାଶ୍ଟୁ କପଟିକ୍ | ଆଫ୍ରିକା ଆଫ୍ରିକୀୟ ଜୋସା | ଜୁଲୁ Ndebele ସୋଥୋ | ଆମହାରିକ୍ | ୱୋଲାଇଟା | ନାଇଜେରିଆନ୍ ମୋସି ଇକା ଡିଙ୍କା | କାବିଲ୍ | ଇୱେ ସ୍ଵାହିଲି ମୋରୋକୋ ସୋମାଲିଆ ଶୋନା | ମାଡାଗାସ୍କର | ଇଗବୋ | ଲିଙ୍ଗଲା | ବାଉଲେ | ସିସବତୀ | ଟସଙ୍ଗା | ତସ୍ୱାନା | ଗାମ୍ବିଆନ୍ ଓଡ଼ିଆ କାମ୍ବା କିନ୍ନରୱାଣ୍ଡା | ହାଉସା ଚେୱା | ଲୁଓ | ମାକୁଆ | ଡ୍ୟୁଲା | ଫୁଲଫୁଲ୍ କାଲେନଜିନ କିକୁୟୁ କିକୱାଙ୍ଗୋ | କିରୁଣ୍ଡି କ୍ରିଓ ନାଇଜେରିଆନ୍ ପିଜିନ୍ ଓରୋମୋ | ତସିଲୁବା | Tshivenda ଟ୍ୱି ଉମ୍ବୁଣ୍ଡୁ | ଲୁଗବାରା ଲୁଗୁରୁ ପୁଲାର୍ ଗୁସି ମାସାଇ ତୁର୍କାନା ମୋବା ନ୍ୟୁର୍ ଶିଲୁକ୍ ତମାଶେକ୍ ମାକୋଣ୍ଡେ Bemba Fon Hadiyya Ibibio Kimbundu Kimiiru Lango Liberian Kreyol Lomwe Mende Morisyen Ndau Nyankole Sena Sidamo Soga Songe Sukuma Tarifit Teso Tiv Zande ଅଷ୍ଟ୍ରେଲିଆ ମାଳଦ୍ୱୀପ ନିଉଜିଲାଣ୍ଡ୍ ପାପୁଆ ନ୍ୟୁ ଗିନି ପୁରୁଣା ଭାଷା | ଆରାମିକ୍ | ଲାଟିନ୍ ଏସପେରାଣ୍ଟୋ | 1 1 1 OROV ୨୦୧୪ IRV ୨୦୧୯BSI ୨୦୧୮IRV ୨୦୧୭OROV ୨୦୧୪ERV ୨୦୧୦୧୮୪୦1 1 1 ୨ କରିନ୍ଥୀୟ ଆଦିଯାତ୍ରାଲେବୀୟଗଣନାଦ୍ଵିତୀୟ ବିବରଣଯିହୋଶୂୟବିଚାରକର୍ତ୍ତାରତର ବିବରଣପ୍ରଥମ ଶାମୁୟେଲଦ୍ଵିତୀୟ ଶାମୁୟେଲପ୍ରଥମ ରାଜାବଳୀଦ୍ଵିତୀୟ ରାଜାବଳୀପ୍ରଥମ ବଂଶାବଳୀଦ୍ଵିତୀୟ ବଂଶାବଳୀଏଜ୍ରାନିହିମୀୟାଏଷ୍ଟରଆୟୁବଗୀତସଂହିତାହିତୋପଦେଶଉପଦେଶକପରମ ଗୀତଯିଶାଇୟଯିରିମୀୟବିଳାପଯିହିଜିକଲଦାନିୟେଲହୋଶେୟଯୋୟେଲଆମୋଷଓବଦୀୟଯୂନସମୀଖାନାହୂମହବକ୍କୂକସିଫନୀୟହାଗୟଯିଖରୀୟମଲାଖୀ--- --- ---ମାଥିଉମାର୍କଲୂକଯୋହନପ୍ରେରିତରୋମୀୟ୧ କରିନ୍ଥୀୟ୨ କରିନ୍ଥୀୟଗାଲାତୀୟଏଫିସୀୟଫିଲିପ୍ପୀୟକଲସୀୟ୧ ଥେସଲନୀକୀୟ୨ ଥେସଲନୀକୀୟ୧ ତୀମଥି୨ ତୀମଥିତୀତସଫିଲୀମୋନଏବ୍ରୀଯାକୁବ୧ ପିତର୨ ପିତର୧ ଯୋହନ୨ ଯୋହନ୩ ଯୋହନଯିହୂଦାପ୍ରକାଶିତ ବାକ୍ୟ1 1 1 ୧ ୧୨୩୪୫୬୭୮୯୧୦୧୧୧୨୧୩1 1 1 : ୧ ୧୨୩୪୫୬୭୮୯୧୦୧୧୧୨୧୩୧୪୧୫୧୬୧୭୧୮୧୯୨୦୨୧୨୨୨୩୨୪1 1 1 [ପବିତ୍ର ବାଇବେଲ] (OROV) 2014 ୨ କରିନ୍ଥୀୟ ୧ ସଞ୍ଚୟ ଟିପ୍ପଣୀ ୧ [1]ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ, ପୁଣି ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି;୨ [2]ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।୩ [3]ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ଵନାଦାତା ଈଶ୍ଵର;୪ [4]ଈଶ୍ଵରଙ୍କ ଦ୍ଵାରା ଯେଉଁ ସାନ୍ତ୍ଵନାରେ ଆମ୍ଭେମାନେ ସାନ୍ତ୍ଵନାପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ଵନା ଦ୍ଵାରା ଯେପରି ସମସ୍ତ ପ୍ରକାର କ୍ଳେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ଵନା ଦେଇପାରୁ, ଏଥିପାଇଁ ସେ ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ଵନା ପ୍ରଦାନ କରନ୍ତି ।୫ [5]କାରଣ ଖ୍ରୀଷ୍ଟଙ୍କ ସକାଶେ ଆମ୍ଭମାନଙ୍କ ଦୁଃଖଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ଵାରା ଆମ୍ଭମାନଙ୍କର ସାନ୍ତ୍ଵନା ମଧ୍ୟ ପ୍ରଚୁର ।୬ [6]କିନ୍ତୁ ଆମ୍ଭେମାନେ ଦୁଃଖଭୋଗ କଲେ ତାହା ତୁମ୍ଭମାନଙ୍କର ସାନ୍ତ୍ଵନା ଓ ପରିତ୍ରାଣ ନିମନ୍ତେ; କିମ୍ଵା ଆମ୍ଭେମାନେ ସାନ୍ତ୍ଵନା ପ୍ରାପ୍ତ ହେଲେ ତାହା ତୁମ୍ଭମାନଙ୍କର ସାନ୍ତ୍ଵନା ନିମନ୍ତେ; ଆମ୍ଭେମାନେ ଯେଉଁ ପ୍ରକାର ଦୁଃଖଭୋଗ କରୁ, ସେହି ପ୍ରକାର ଦୁଃଖଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ଵନା କାର୍ଯ୍ୟ ସାଧନ କରୁଅଛି ।୭ [7]ଆଉ, ତୁମ୍ଭମାନଙ୍କ ବିଷୟରେ ଆମ୍ଭମାନଙ୍କ ଭରସା ଅଟଳ, ଯେଣୁ ତୁମ୍ଭେମାନେ ଯେପରି ଦୁଃଖଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ଵନାର ଯେ ସହଭାଗୀ ଅଟ, ଏହା ଆମ୍ଭେମାନେ ଜାଣୁ ।୮ [8]କାରଣ, ହେ ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ଵନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; ଆମ୍ଭେମାନେ ଆମ୍ଭମାନଙ୍କ ଶକ୍ତିରୁ ଅତିରିକ୍ତ ରୂପେ ଭାରଗ୍ରସ୍ତ ହୋଇଥିଲୁ, ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ;୯ [9]ହଁ, ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ ବୋଲି ନିଜ ନିଜ ମନରେ ବୋଧ ପାଇଥିଲୁ, ଯେପରି ଆମ୍ଭେମାନେ ଆପଣା ଆପଣା ଉପରେ ନିର୍ଭର ନ ଦେଇ ବରଂ ଯେଉଁ ଈଶ୍ଵର ମୃତମାନଙ୍କୁ ଉଠାନ୍ତି, ତାହାଙ୍କ ଉପରେ ନିର୍ଭର କରୁ;୧୦ [10]ସେ ଆମ୍ଭମାନଙ୍କୁ ଏପରି ଭୟାନକ ମୃତ୍ୟୁରୁ ଉଦ୍ଧାର କଲେ ଓ ଉଦ୍ଧାର କରିବେ, ପୁଣି ସେ ଯେ ଭବିଷ୍ୟତରେ ସୁଦ୍ଧା ଉଦ୍ଧାର କରିବେ, ତାହାଙ୍କଠାରେ ଆମ୍ଭମାନଙ୍କର ଏହି ଭରସା ଅଛି;୧୧ [11]ତୁମ୍ଭେମାନେ ତ ମଧ୍ୟ ଯୋଗ ଦେଇ ପ୍ରାର୍ଥନାରେ ଆମ୍ଭମାନଙ୍କର ଉପକାର କରୁଅଛ, ଯେପରି ଆମ୍ଭମାନଙ୍କୁ ଯେଉଁ ଅନୁଗ୍ରହଦାନ ଦତ୍ତ ହୋଇଅଛି, ସେଥିନିମନ୍ତେ ଅନେକଙ୍କ ମୁଖରୁ ଆମ୍ଭମାନଙ୍କ ସକାଶେ ବହୁଳ ଧନ୍ୟବାଦ ଦିଆଯାଏ ।୧୨ [12]ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ଵରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବ ଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ ।୧୩ [13]କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝି ପାର, ସେହିସବୁ ବିନା, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆଉ କିଛି ଲେଖୁ ନାହୁଁ,୧୪ [14]ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହିପ୍ରକାରେ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ଦର୍ପର କାରଣ, ଏହା ତୁମ୍ଭେମାନେ ଯେପରି ଆମ୍ଭମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି ।୧୫ [15]ଆଉ, ତୁମ୍ଭେମାନେ ଯେପରି ଦ୍ଵିତୀୟ ଥର ଅନୁଗ୍ରହ ଲାଭ କରି ପାର,୧୬ [16]ପୁଣି, ତୁମ୍ଭମାନଙ୍କ ନିକଟ ଦେଇ ମାକିଦନିଆକୁ ଯାଇ ଓ ପୁନର୍ବାର ମାକିଦନିଆରୁ ତୁମ୍ଭମାନଙ୍କ ନିକଟକୁ ଆସି ତୁମ୍ଭମାନଙ୍କ ସାହାଯ୍ୟରେ ଯିହୁଦା ପ୍ରଦେଶକୁ ଯାତ୍ରା କରି ପାରେ, ଏଥିପାଇଁ ମୁଁ ସେହି ବିଶ୍ଵାସରେ ପ୍ରଥମରେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି ।୧୭ [17]ତେବେ ଏହିପ୍ରକାର ଇଚ୍ଛା କରିବାରେ ମୁଁ କଅଣ ଲଘୁ ଭାବରେ ଆଚରଣ କରିଥିଲି? ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା ହଁ ଓ ନା ଉଭୟ ହୁଏ?୧୮ [18]କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ ।୧୯ [19]କାରଣ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ଵାରା, ଅର୍ଥାତ୍, ମୋʼ ଦ୍ଵାରା ଏବଂ ସିଲ୍ଵାନ ଓ ତୀମଥିଙ୍କ ଦ୍ଵାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି ।୨୦ [20]ଯେଣୁ ଈଶ୍ଵରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ଵାରା ଈଶ୍ଵରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ ।୨୧ [21]ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ଵର;୨୨ [22]ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ଵରୂପେ ଦାନ କରିଅଛନ୍ତି ।୨୩ [23]କିନ୍ତୁ ମୁଁ ଈଶ୍ଵରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇ ନାହିଁ ।୨୪ [24]ତୁମ୍ଭମାନଙ୍କ ବିଶ୍ଵାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ଵ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ; ଯେଣୁ ବିଶ୍ଵାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ ।Odia Bible (OROV) 2014 Copyright © 2014 by The Bible Society of India [ପବିତ୍ର ବାଇବେଲ] (OROV) 2014 ୨ କରିନ୍ଥୀୟ ୧ 00:00:00 00:00:00 0.5x 2.0x https://beblia.bible:81/BibleAudio/odiaorov/2corinthians/001.mp3 13 1