ଗୋଟିଏ ବର୍ଷରେ ବାଇବଲ | ଅକ୍ଟୋବର ୧୦ଯିରିମୀୟ ୫:୧-୩୧୧. ଯିହୁଦାବାସୀଙ୍କ ଦୁରାବସ୍ଥା ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।୨. ସେମାନେ, ‘ଜୀବତ୍ ସଦାପ୍ରଭୁ’ କହିଲେ ହେଁ ନିତାନ୍ତ ମିଥ୍ୟାରେ ଶପଥ କରନ୍ତି।”୩. ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।୪. ତେଣୁ ମୁଁ ନିଜକୁ କହିଲି, “ନିଶ୍ଚୟ ସେମାନେ ଦରିଦ୍ର, ଏବଂ ନିର୍ବୋଧ, କାରଣ ସେମାନେ ସଦାପ୍ରଭୁଙ୍କର ପଥ କିଅବା ତାଙ୍କର ଶିକ୍ଷା ଜାଣନ୍ତି ନାହିଁ।୫. ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ ଏବଂ କଥାବାର୍ତ୍ତା ହେବାକୁ ଦିଅ। କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।” କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।୬. ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ। ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ। ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସେମାନେ ବହୁ ଅପରାଧ କରିଛନ୍ତି ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି।୭. ପରମେଶ୍ୱର ପୁଣି କହିଲେ, “ହେ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ଯେଉଁମାନେ ଈଶ୍ୱର ନୁହନ୍ତି ସେମାନେ ସେମାନଙ୍କ ନାମରେ ଶପଥ କରିଛନ୍ତି। ଆମ୍ଭେ ସେମାନଙ୍କୁ ସମସ୍ତ ଭୋଜନ ଦେଇ ପରିତୃପ୍ତ କରାଇଲେ ମଧ୍ୟ ସେମାନେ ବ୍ୟଭିଗ୍ଭରୀ ହେଲେ। ସେମାନେ ଦଳ ଦଳ ହୋଇ ବେଶ୍ୟାମାନଙ୍କ ଗୃହରେ ବହୁ ସମୟ ଅତିବାହିତ କଲେ।୮. ସେମାନେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରତ୍ୟେକ ତା’ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।”୯. ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁର ପ୍ରତିଫଳ ଦେବା ନାହିଁ? ଆମ୍ଭେ କ’ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶୋଧ ନେବା ନାହିଁ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ୟ।୧୦. “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।”୧୧. ସଦାପ୍ରଭୁ କହନ୍ତି, “ଏହିପରି କର କାରଣ ଇସ୍ରାଏଲ ଓ ଯିହୁଦା ପରିବାର ଆମ୍ଭ ବିରୁଦ୍ଧରେ ଅତ୍ୟନ୍ତ ପ୍ରତାରଣା କରିଅଛନ୍ତି।”୧୨. “ମିଥ୍ୟାରେ ସେମାନେ ସଦାପ୍ରଭୁଙ୍କର ବିଷୟରେ କହିଲେ, ‘ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭେମାନେ ଖଡ଼୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।’୧୩. ଆଉ ଭବିଷ୍ୟଦ୍ବକ୍ତାମାନେ ବାୟୁତୁଲ୍ୟ ହେବେ। ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ। ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”୧୪. ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି: “ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ୟ ହେବ। ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।”୧୫. ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ ବଂଶ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭେମାନେ ଜାଣ ନାହିଁ। ଆଉ ସେମାନଙ୍କର କଥା ତୁମ୍ଭେମାନେ ବୁଝିପାରିବ ନାହିଁ।୧୬. ସେମାନଙ୍କର ତୂଣୀର ଖୋଲା କବର ସଦୃଶ, ସେମାନେ ସମସ୍ତେ ବୀର ସୈନିକ।୧୭. ସେମାନେ ତୁମ୍ଭମାନଙ୍କର ସଂଗୃହୀତ ଶସ୍ୟ ଓ ରୋଟୀ ଭକ୍ଷ୍ୟଣ କରିବେ। ସେମାନେ ତୁମ୍ଭମାନଙ୍କ ପୁତ୍ରକନ୍ୟା ଗଣଙ୍କୁ ଭକ୍ଷ୍ୟଣ କରିବେ। ସେମାନେ ସେମାନଙ୍କର ମେଷ ଓ ଗାଈ ଗୁଡ଼ିକ ଭକ୍ଷ୍ୟଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭେମାନେ ଯେଉଁ ସୁଦୃଢ଼ ନଗର ଉପରେ ବିଶ୍ୱାସ କରିଅଛ, ସେମାନେ ସେହିସବୁକୁ ଖଡ଼୍ଗରେ ଧ୍ୱଂସ କରିବେ।”୧୮. ମାତ୍ର ସଦାପ୍ରଭୁ କହନ୍ତି, “ହେ ଯିହୁଦା ଏପରିକି ଯେତେବେଳେ ସେହି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନାହିଁ।୧୯. ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’୨୦. ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ।୨୧. ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ, କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭେମାନେ ଶୁଣ।୨୨. ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା’ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।୨୩. ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ। ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।୨୪. ସେମାନେ କେବେ କହିବେ ନାହିଁ ଯେ, ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’୨୫. ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି। ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।୨୬. କାରଣ ଆମ୍ଭେ ଲୋକମାନଙ୍କ ମଧ୍ୟରେ କେତେକ ଦୁଷ୍ଟ ଲୋକ ଅଛନ୍ତି। ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।୨୭. ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ। ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି।୨୮. ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି। ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ, କାଳେ ଅନାଥମାନେ ଉନ୍ନତି କରି ପାରନ୍ତି। ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”୨୯. ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ? ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ ପରିଶୋଧ ନେବ ନାହିଁ?”୩୦. ପୁଣି ସଦାପ୍ରଭୁ କହନ୍ତି, “ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି।୩୧. ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?ଯିରିମୀୟ ୬:୧-୩୦୧. ଶତ୍ରୁଗଣ ଯିରୁଶାଲମକୁ ଅବରୋଧ କରନ୍ତି ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୁଶାଲମରୁ ପଳାୟନ କର। ତିକୋୟ ନଗରରେ ତୂରୀ ବଜାଅ ଓ ବୈଥ୍ହକେରମରେ ଧ୍ୱଜା ଟେକ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।୨. ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟା, ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।୩. ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗରେ ନେଇ ତାହା ପାଖକୁ ଆସିବେ, ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ। ପ୍ରତ୍ୟେକ ନିଜ ନିଜ ସ୍ଥାନରେ ପଲ ଚରାଇବେ।୪. “ତୁମ୍ଭେମାନେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭେମାନେ ମଧ୍ୟାହ୍ନରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।୫. ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”୬. କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର। ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ। ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।୭. ଯେପରି କୂପ ତା’ର ଜଳକୁ ସତେଜ ରଖେ, ସେହିପରି ଯିରୁଶାଲମ ତା’ର ଦୁଷ୍ଟତା ସତେଜ ରଖେ। ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।୮. ହେ ଯିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତେବେ ଆମ୍ଭେ ବିରକ୍ତିରେ ତୁମ୍ଭ ପାଖରୁ ଦୂରେଇ ଯିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ୟରେ ପରିଣତ କରିବା।”୯. ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, “ଦ୍ରାକ୍ଷା ସଂଗ୍ରହ କଲାପରି ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର: ଏହାର ଶାଖାରେ ହାତ ବୁଲାଅ।”୧୦. ମୁଁ କାହାକୁ କହିବି? କାହାକୁ ମୁଁ ସତର୍କ କରିବି? କିଏ ବା ମୋ’ କଥା ଶୁଣିବ? ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ। ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।୧୧. ଏଣୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି ଓ ମୁଁ ତାହା ଧରି ରଖିବାରେ କ୍ଳାନ୍ତ ହୋଇଅଛି! “ସଦାପ୍ରଭୁଙ୍କ କ୍ରୋଧକୁ ରାସ୍ତାରେ କ୍ରୀଡ଼ାରତ ପିଲାମାନଙ୍କ ଉପରେ ଢାଳି ପକାଅ ଓ ସଭାରେ ଏକତ୍ରିତ ହୋଇଥିବା ଯୁବକମାନଙ୍କ ଉପରେ ଢାଳିଦିଅ, କାରଣ ସ୍ୱାମୀ, ସ୍ତ୍ରୀ, ବୃଦ୍ଧ ଓ ବୟସ୍କ ସମସ୍ତେ ଧରାଯିବେ।୧୨. ଆଉ ସେମାନଙ୍କ ଗୃହ, ସେମାନଙ୍କର କ୍ଷେତ୍ର ଓ ସେମାନଙ୍କର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆଯିବ।” କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ଆମ୍ଭର ହସ୍ତ ସେମାନଙ୍କ ଉପରେ ବିସ୍ତାର କରିବା।”୧୩. “ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକ ମିଥ୍ୟାଗ୍ଭରୀ।୧୪. ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି, ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠାରେ ‘ଶାନ୍ତି’ ଅଛି, ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ।୧୫. ଯାଜକ ଓ ଭବିଷ୍ୟଦ୍ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି। ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”୧୬. ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଛକସ୍ଥାନରେ ଛିଡ଼ା ହୋଇ ଦେଖ, ଆଉ ପୁରାତନ ପଥ ବିଷୟରେ ପ୍ରଗ୍ଭର କରି କୁହ, ଉତ୍ତମ ପଥ କାହିଁ? ଆଉ ସେହି ପଥରେ ଗମନ କର, ତାହାହେଲେ ତୁମ୍ଭେମାନେ ନିଜ ନିଜ ପ୍ରାଣରେ ବିଶ୍ରାମ ପାଇବ। ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ସେ ପଥରେ ଗମନ କରିବୁ ନାହିଁ।’୧୭. ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ।’ ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’୧୮. ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର।୧୯. ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା। କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”୨୦. ପୁଣି ସଦାପ୍ରଭୁ କହନ୍ତି, “ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବେତ ଆଣିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳି ସବୁ ଗ୍ରହଣୀୟ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।”୨୧. ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ରଖିବା। ଯାହା ଫଳରେ ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗରେ ଝୁଣ୍ଟି ପଡ଼ିବେ ଓ ପ୍ରତିବାସୀ ଓ ତାଙ୍କର ମିତ୍ର ବିନଷ୍ଟ ହେବେ।”୨୨. ଆଉ ମଧ୍ୟ ସଦାପ୍ରଭୁ ଏହିକଥା କହନ୍ତି, “ଦେଖ ଉତ୍ତର ଦିଗରୁ ଏକ ସୈନ୍ୟବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତେଜିତ ହେବେ।୨୩. ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସେମାନେ ଅଶ୍ୱାରୋହଣ କରନ୍ତି। ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।”୨୪. ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।୨୫. ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ କିଅବା ରାସ୍ତାରେ ଗମନ କର ନାହିଁ। କାରଣ ଗ୍ଭରିଆଡ଼େ ଶତ୍ରୁର ଖଡ଼୍ଗ ଓ ଆଶଙ୍କା ରହିଛି।୨୬. ହେ ମୋର ଲୋକମାନେ, ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କର, ଭସ୍ମରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ୟୁରେ ଶୋକ କଲାପରି ଶୋକ କର। ଅତିଶୟ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ୍ ଆକ୍ରମଣ କରିବ।୨୭. “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ ଓ ନିର୍ମଳ ରୂପେ ନିଯୁକ୍ତ କରିଅଛୁ, ତୁମ୍ଭେ ଯେପରି ମୋ’ ଲୋକମାନଙ୍କୁ ପରୀକ୍ଷା କରି ସେମାନଙ୍କର ପଥ ଜ୍ଞାତ ହୋଇ ପାରିବ।୨୮. ସେମାନେ ଅତ୍ୟନ୍ତ ଅବାଧ୍ୟ, ଗ୍ଭରିଆଡ଼େ ସେମାନେ ନିନ୍ଦାଗାନ କରନ୍ତି। ସେମାନେ ପିତ୍ତଳ ଓ ଲୁହାପରି, ସେମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।୨୯. ସେମାନେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସେମାନେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।୩୦. ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।”ଗୀତସଂହିତା ୧୧୭:୧-୨୧. ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।୨. କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି! ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।ହିତୋପଦେଶ ୨୭:୩-୪୩. ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ୱାରା ଯେଉଁ ସମସ୍ୟା ଆସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।୪. କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ।କଲସୀୟ ୧:୧-୨୯୧. ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ୨. କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି: ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।୩. ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।୪. ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ।୫. ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସତ୍ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ।୬. ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ।୭. ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ।୮. ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।୯. ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ: ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ;୧୦. ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ;୧୧. ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ। ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ୧୨. ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି୧୩. ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି।୧୪. ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।୧୫. ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।୧୬. ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ, ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।୧୭. ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।୧୮. ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ। ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ। ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।୧୯. ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।୨୦. ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ। ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।୨୧. ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ।୨୨. କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।୨୩. ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।୨୪. ମଣ୍ଡଳୀ ପାଇଁ ପାଉଲଙ୍କ କାମ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି।୨୫. ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା।୨୬. ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା।୨୭. ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା।୨୮. ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।୨୯. ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି। Odia Bible ERV 2004 Odia Holy Bible: Easy-to-Read Version (OERV) @ 2004 Bible League International