ଗୋଟିଏ ବର୍ଷରେ ବାଇବଲ | ଜୁଲାଇ ୧୩ଦ୍ଵିତୀୟ ବଂଶାବଳୀ ୨୧:୧-୨୦୧. ଏହା ପରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗରରେ କବର ପାଇଲେ। ଯିହୋଶାଫଟଙ୍କ ସ୍ଥାନରେ ଯିହୋରାମ୍ ନୂତନ ରାଜା ହେଲେ।୨. ଯିହୋରାମ୍ ଯିହୋଶାଫଟଙ୍କ ପୁତ୍ର ଥିଲେ।’ ଯିହୋରାମଙ୍କ ଭ୍ରାତାମାନେ ଥିଲେ ଅସରିୟ, ଯିହୀୟେଲ୍, ଯିଖରିୟ, ଅସରିୟାହ, ମୀଖାୟେଲ, ଶଫ୍ଟିୟ। ଏହି ବ୍ୟକ୍ତିମାନେ ଯିହୋଶାଫଟଙ୍କର ପୁତ୍ରଗଣ ଥିଲେ। ଯିହୋଶାଫଟ୍ ଯିହୁଦାର ରାଜା ଥିଲେ।୩. ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରାମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।୪. ଯିହୁଦାର ରାଜା ଯିହୋରାମ୍ ଯିହୋରାମ୍ ତାଙ୍କର ପିତାଙ୍କର ରାଜ୍ୟପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହା ପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏକ ଖଡ଼୍ଗ ବ୍ୟବହାର କଲେ। ସେ ଇସ୍ରାଏଲର କେତେକ ନେତାଙ୍କୁ ମଧ୍ୟ ବଧ କଲେ।୫. ଯିହୋରାମ୍ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ୍ ବର୍ଷ ବୟସ ହୋଇଥିଲା। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ।୬. ସେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସେହିପରି ଜୀବନ କାଟିଲେ। କାରଣ ଯିହୋରାମ୍ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ। ଆଉ ଯିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ।୭. କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହେତୁ ଦାଉଦଙ୍କ ଗୃହକୁ ଧ୍ୱଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ୱଳାଇ ରଖିବେ।୮. ଯିହୋରାମଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀୟମାନେ ସେମାନଙ୍କର ନିଜର ରାଜାଙ୍କୁ ମନୋନୀତ କଲେ।୯. ତେଣୁ ଯିହୋରାମ୍ ତାଙ୍କର ସମସ୍ତ ସେନାପତିଗଣ ଓ ରଥଗୁଡ଼ିକୁ ନେଇ ଇଦୋମକୁ ଗଲେ। ଯିହୋରାମ୍ ରାତିରେ ଇଦୋମୀୟମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀୟ ସୈନ୍ୟଦଳ ଯିହୋରାମ ଓ ତାଙ୍କ ସୈନ୍ୟଦଳ ତଥା ରଥସବୁକୁ ଚତୁର୍ଦ୍ଦିଗରୁ ଘେରିଗଲେ।୧୦. ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହୋଇ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ୟ ଯିହୋରାମଙ୍କ ବିରୁଦ୍ଧରେ ଉଠିଲେ। ଯିହୋରାମ୍ ସଦାପ୍ରଭୁ ପରମେଶ୍ୱରଙ୍କୁ ତ୍ୟାଗ କରିଥିବାରୁ ଏହିପରି ଘଟିଲା। ସେ ଯିହୋରାମଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ଅଟନ୍ତି।୧୧. ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ।୧୨. ଯିହୋରାମ୍ ଭବିଷ୍ୟଦ୍ବକ୍ତା ଏଲିୟଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ଏହିପରି ଲେଖାଥିଲା: “ସଦାପ୍ରଭୁ ପରମେଶ୍ୱର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସେହି ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କହନ୍ତି, ‘ଯିହୋରାମ୍, ତୁମ୍ଭ ପିତା ଯିହୋଶାଫଟ୍ ଯେଉଁ ପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେପରି ଜୀବନଯାପନ କରି ନାହଁ।୧୩. କିନ୍ତୁ ତୁମ୍ଭେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କରିଅଛ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ୟା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସମ୍ପତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।୧୪. ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦେବେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ।୧୫. ତୁମ୍ଭର ଅନ୍ତରେ ଏକ ଭୟଙ୍କର ରୋଗ ହେବ। ତାହା ଦିନକୁ ଦିନ ପ୍ରବଳତର ହେବ। ଶେଷରେ ସେହି ଭୟଙ୍କର ରୋଗ ହେତୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।’”୧୬. କୂଶୀୟମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀୟମାନଙ୍କୁ ଯିହୋରାମଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ।୧୭. ସେହି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସେମାନେ ରାଜାଙ୍କ ଗୃହରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହୋରାମଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନେଇଗଲେ। କେବଳ ଯିହୋରାମଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇଯାଇଥିଲା। ଯିହୋରାମଙ୍କ କନିଷ୍ଠ ପୁତ୍ରର ନାମ ଥିଲା ଯିହୋୟାହସ୍।୧୮. ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହୋରାମଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହୋଇ ପାରିଲା ନାହିଁ।୧୯. ଆଉ, ଦୁଇ ବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହେତୁରୁ ଯିହୋରାମଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ୟନ୍ତ ଯନ୍ତ୍ରଣା ଭୋଗି ସେ ମୃତ୍ୟୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସେପରି ଯିହୋରାମଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ।୨୦. ଯିହୋରାମ୍ ରାଜା ହେବା ସମୟରେ ବତିଶ୍ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରାମଙ୍କ ମୃତ୍ୟୁରେ କୌଣସି ବ୍ୟକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହୋରାମଙ୍କୁ ଦାଉଦଙ୍କ ନଗରରେ କବର ଦେଲେ ସତ, କିନ୍ତୁ ଯେଉଁଠାରେ ରାଜାମାନଙ୍କୁ କବର ଦିଆଯାଏ, ସେଠାରେ କବର ଦେଲେ ନାହିଁ।ଦ୍ଵିତୀୟ ବଂଶାବଳୀ ୨୨:୧-୧୨୧. ଯିହୁଦାର ରାଜା ଅହସିୟ ଯିରୁଶାଲମର ଲୋକମାନେ ଅହସିୟଙ୍କୁ ଯିହୋରାମଙ୍କ ସ୍ଥାନରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିୟ ଯିହୋରାମଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀୟ ଲୋକମାନେ ଯିହୋରାମଙ୍କର ଛାଉଣି ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ଯିହୋରାମଙ୍କର ସମସ୍ତ ଜ୍ୟେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ।୨. ଅହସିୟ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବୟସ୍କ ହୋଇଥିଲେ। ଅହସିୟ ଯିରୁଶାଲମରେ ଗୋଟିଏ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିୟା। ଅଥଲିୟାଙ୍କ ପିତାଙ୍କର ନାମ ଥିଲା ଅମ୍ରି।୩. ଅହସିୟ ମଧ୍ୟ ଆହାବଙ୍କ ପରିବାର ଭଳି ଜୀବନଯାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦକାର୍ଯ୍ୟମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ।୪. ଅହସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ୟ ସେହିପରି କରିଥିଲେ। ଅହସିୟଙ୍କ ପିତାଙ୍କର ମୃତ୍ୟୁପରେ ଆହାବଙ୍କ ପରିବାର ଅହସିୟଙ୍କୁ ପରାମର୍ଶ ଦେବାକୁ ଲାଗିଲେ। ସେମାନେ ଅହସିୟଙ୍କୁ କୁପରାମର୍ଶ ଦେଲେ। ସେହି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନେଲା।୫. ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରାମଙ୍କ ସହିତ ମିଳି ଅରାମ୍ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟଦ୍ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରାମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ।୬. ଯିହୋରାମ୍ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲ୍ ସହରକୁ ଫେରିଗଲେ। ସେ ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋତ୍ରେ ଯୁଦ୍ଧ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ଅହସିୟ, ଯିହୁଦା ରାଜା ଯୋରାମଙ୍କର ପୁତ୍ର, ଆହାବଙ୍କର ପୁତ୍ର ଯିହୋରାମଙ୍କୁ ସାକ୍ଷାତ କରିବା ନିମନ୍ତେ ଯିଷ୍ରିୟେଲ ସହରକୁ ଗଲେ। ଯିହୋରାମ୍ ଯିଷ୍ରିୟେଲ ସହରରେ ଥିଲେ, କାରଣ ସେ ଆହତ ହୋଇଥିଲେ।୭. ଅହସିୟ ଯୋରାମଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେହି ସମୟରେ ହିଁ ପରମେଶ୍ୱର ତାଙ୍କ ପ୍ରତି ମୃତ୍ୟୁ ଘଟାଇଲେ। ଅହସିୟ ଯାଇ ପହଞ୍ଚିଲେ ଓ ଯୋରାମଙ୍କ ସହିତ ଯେହୂଙ୍କୁ ଭେଟିବା ନିମନ୍ତେ ଗଲେ। ଯେହୂଙ୍କ ପିତାଙ୍କର ନାମ ଥିଲା ନିମଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯେହୂଙ୍କୁ ମନୋନୀତ କରିଥିଲେ।୮. ଯେହୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯେହୂ ଅହସିୟଙ୍କ ସେବାକାରୀ ଯିହୁଦାର ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ପାଇଲେ। ଯେହୂ ଯିହୁଦାର ସେହି ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ହତ୍ୟା କଲେ।୯. ତା’ପରେ ଯେହୂ ଅହସିୟଙ୍କର ଅନ୍ୱେଷଣ କଲେ। ସେ ଶମରିୟା ସହରରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯେହୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସେମାନେ ଅହସିୟଙ୍କୁ ଯେହୂଙ୍କ ନିକଟକୁ ଆଣିଲେ। ସେମାନେ ଅହସିୟଙ୍କୁ ହତ୍ୟା କଲେ ଓ ତାଙ୍କୁ କବର ଦେଲେ। ସେମାନେ କହିଲେ, “ଅହସିୟ ଯିହୋଶାଫଟଙ୍କ ବଂଶଧର ଥିଲେ। ଯିହୋଶାଫଟ୍ ଆପଣାର ସମସ୍ତ ହୃଦୟ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ।” ଯିହୁଦା ରାଜ୍ୟକୁ ଏକତ୍ର ରଖିବା ନିମନ୍ତେ ଅହସିୟଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।୧୦. ରାଣୀ ଅଥଲିୟା ଅଥଲିୟା ଅହସିୟଙ୍କ ମାତା ଥିଲେ। ଯେତେବେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ୟୁ ହୋଇଅଛି, ସେ ଯିହୁଦାରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ୟା କଲେ।୧୧. କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରାମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ।୧୨. ଯୋୟାଶ୍ ଛଅ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମନ୍ଦିରରେ ଯାଜକମାନଙ୍କ ସହିତ ଲୁକାୟିତ ଭାବରେ ରହିଲେ। ସେହି ସମୟରେ ଅଥଲିୟା ଦେଶରେ ରାଣୀ ଭାବରେ ରାଜତ୍ୱ କଲେ।ଗୀତସଂହିତା ୮୩:୧-୮୧. ଆସଫର ଏକ ପ୍ରଶଂସା ଗୀତ। ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ! ହେ ପରମେଶ୍ୱର, ଦୟାକରି କିଛି କୁହ!୨. ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।୩. ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।୪. ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ। ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”୫. ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି। ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।୬. ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।୭. ୮. ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି। ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।ହିତୋପଦେଶ ୨୧:୧-୧୧. କୃଷକ ତା’ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା’ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା’ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ।ପ୍ରେରିତ ୧୭:୧୬-୩୪୧୬. ଆଥୀନୀ ନଗରରେ ପାଉଲ ପାଉଲ ଆଥୀନୀ ନଗରରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥା’ନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହୋଇଥିବାର ଦେଖି ସେ ହୃଦୟରେ ଅତି ମାତ୍ରାରେ ବିବ୍ରତ ହୋଇ ପଡ଼ିଲେ।୧୭. ତେଣୁ ସତ୍ୟ ପରମେଶ୍ୱରଙ୍କୁ ଉପାସନା କରୁଥିବା ଯିହୂଦୀୟ ଓ ଗ୍ରୀକ୍ ଲୋକମାନଙ୍କ ସହିତ ସେ ସମାଜଗୃହ ଏବଂ ବଜାରକୁ ଆସୁଥିବା ଲୋକମାନଙ୍କ ସହିତ ସେ ପ୍ରତିଦିନ କଥାବାର୍ତ୍ତା କଲେ।୧୮. ତେଣୁ କେତେକ ଏପିକୂରୀୟ ଓ ସ୍ତୋୟିକ ଦାର୍ଶନିକମାନେ ତାହାଙ୍କ ସହିତ ଯୁକ୍ତିତର୍କ କଲେ। ସେମାନଙ୍କ ଭିତରୁ କେତେକ କହିଲେ, “ଏ ଲୋକଟି କ’ଣ କହୁଛି ତାହା ସେ ଜାଣେ ନାହିଁ?” ପାଉଲ ସେମାନଙ୍କୁ ଯୀଶୁଙ୍କ ମୃତ୍ୟୁରୁ ପୁନରୁତ୍ଥାନ ସୁସମାଗ୍ଭର ସମ୍ବନ୍ଧରେ କହୁଥିଲେ। ଅନ୍ୟମାନେ କହିଲେ, “ଦେଖ, ଏ ଲୋକଟି କୌଣସି ବିଦେଶୀ ଦେବାଦେବୀଙ୍କ ବିଷୟରେ କହୁଛି। ସେମାନେ ଏପରି କହିଲେ, କାରଣ ପାଉଲ ଯୀଶୁ ଓ ତାହାଙ୍କର ମୃତ୍ୟୁରୁ ପୁନର୍ଜୀବିତ ହୋଇ ଉଠିବା କଥା ପ୍ରଗ୍ଭର କରୁଥିଲେ।”୧୯. ସେମାନେ ପାଉଲଙ୍କୁ ଆରୟପାଗ ସଭା ପାଖକୁ ନେଇଗଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଉପଦେଶ ଦେଉଥିବା ଏହି ନୂଆ ଶିକ୍ଷା କ’ଣ, ତାହା ଆମ୍ଭେ ଜାଣି ପାରିବୁ କି?୨୦. ତୁମ୍ଭେ ଆମ୍ଭ ନିକଟରେ କେତେକ ଅଦ୍ଭୂତ ବିଗ୍ଭରମାନ ଉପସ୍ଥାପିତ କରୁଛ ଓ ଆମ୍ଭେମାନେ ସେଗୁଡ଼ିକ କ’ଣ ତାହା ଜାଣିବାକୁ ଗ୍ଭହୁଁ।”୨୧. ଆଥୀନୀୟ ବାସିନ୍ଦାମାନେ ଓ ସେଠାରେ ରହୁଥିବା ବିଦେଶୀ ଲୋକମାନେ କିଛି କାର୍ଯ୍ୟ ନ କରି କେବଳ ନୂତନ ବିଷୟମାନ ଶୁଣିବାରେ ଓ କଥା କହିବାରେ ସମୟ କାଟୁଥିଲେ।୨୨. ପାଉଲ ଆରୟପାଗ ସଭାର ସାମନାରେ ଠିଆ ହୋଇ କହିଲେ, “ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭେମାନେ ସବୁ ବିଷୟରେ ଅତି ଧାର୍ମିକ।୨୩. ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।୨୪. “ପରମେଶ୍ୱର ଏ ପୃଥିବୀରେ ଓ ଏଥିରେ ଥିବା ସମସ୍ତ ବସ୍ତୁର କର୍ତ୍ତା। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହୋଇ ଥିବାରୁ ସେ ମଣିଷ ନିର୍ମିତ ମନ୍ଦିର ଗୁଡ଼ିକରେ ରୁହନ୍ତି ନାହିଁ।୨୫. ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।୨୬. ପରମେଶ୍ୱର ଗୋଟିଏ ମନୁଷ୍ୟଠାରୁ ସମୁଦାୟ ମନୁଷ୍ୟ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସେମାନେ ପୃଥିବୀର ସର୍ବତ୍ର ରହନ୍ତି। ସେ ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ୟ ସ୍ଥିର କରିଛନ୍ତି,୨୭. “ଯେପରି ସେମାନେ ପରମେଶ୍ୱରଙ୍କୁ ଖୋଜି ପାଇ ପାରିବେ। ସେମାନେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରି ପାରନ୍ତି ଯଦ୍ୟପି ସେ ଆମ୍ଭମାନଙ୍କ ମଧ୍ୟରୁ କାହାରିଠାରୁ ଦୂରରେ ନାହାନ୍ତି।୨୮. ‘କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠାରେ ଆମ୍ଭର ଅସ୍ତିତ୍ୱ ଅଛି।’ତୁମ୍ଭମାନଙ୍କ ମଧ୍ୟରୁ କେତେକ କବି ମଧ୍ୟ ଏହା କହିଛନ୍ତି ଯେ,‘ଆମ୍ଭେମାନେ ତାହାଙ୍କର ସନ୍ତାନ।’୨୯. “ଯେହେତୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ତେଣୁ ଆମ୍ଭେମାନେ ପରମେଶ୍ୱରଙ୍କୁ ମନୁଷ୍ୟର କୌଶଳ ଓ କଳ୍ପନାରେ ତିଆରି ପ୍ରତିମା ବୋଲି ଭାବିବା ନାହିଁ, ବା ସୁନା କି ରୂପା କି ପଥର ବୋଲି ମଧ୍ୟ ଭାବିବା ନାହିଁ।୩୦. ପୂର୍ବରୁ ପରମେଶ୍ୱର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫେରି ଆସିବା ପାଇଁ ଆଦେଶ ଦିଅନ୍ତି।୩୧. ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”୩୨. ଯେତେବେଳେ ସେମାନେ ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହୋଇଥିବା ବିଷୟରେ ଶୁଣିଲେ, ସେମାନଙ୍କ ଭିତରୁ କେତେଜଣ ତାହାଙ୍କୁ ଉପହାସ କଲେ। ଆଉ କେତେକ କହିଲେ, “ଆମ୍ଭେ ପରେ ଏ ବିଷୟରେ ତୁମ୍ଭଠାରୁ ଶୁଣିବୁ।”୩୩. ତେଣୁ ପାଉଲ ସେମାନଙ୍କୁ ଛାଡ଼ି ଗ୍ଭଲିଗଲେ।୩୪. କେତେକ ଲୋକ ପାଉଲଙ୍କ ସହିତ ଯୋଗଦାନ କଲେ ଓ ବିଶ୍ୱାସ କଲେ। ସେମାନଙ୍କ ଭିତରେ ଆରୟପାଗୀୟ ସଭାର ସଦସ୍ୟ ଦିୟସୂସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀଲୋକ ଓ ଅନ୍ୟମାନେ ମଧ୍ୟ ଥିଲେ। Odia Bible ERV 2004 Odia Holy Bible: Easy-to-Read Version (OERV) @ 2004 Bible League International