ଗୋଟିଏ ବର୍ଷରେ ବାଇବଲ | ଅଗଷ୍ଟ ୧୦ଆୟୁବ ୧୧:୧-୨୦୧. ସୋଫର ଆୟୁବକୁ ଉତ୍ତର ଦେଲା ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।୨. “ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି? ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ।୩. ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ? ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ, ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ?୪. ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ କହୁଛ, ‘ମୋର ଯୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’୫. ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ ଏବଂ tell you that you are wrong।୬. ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି। ଆୟୁବ ତୁମ୍ଭେ ଶୁଣ, ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।୭. ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ? ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?୮. ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ। ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ? ସେଗୁଡ଼ିକ କବର ଅପେକ୍ଷା ଗଭୀର। ତୁମ୍ଭେ ସେହି ବିଷୟରେ କ’ଣ ଜାଣ?୯. ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ ସମୁଦ୍ରଠାରୁ ଆହୁରି ଗଭୀର।୧୦. “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ?୧୧. ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ। ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି।୧୨. ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ। ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।୧୩. କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍। ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।୧୪. ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା’ହେଲେ ତାକୁ ଦୂର କର ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।୧୫. ତା’ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ।୧୬. ତା’ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ। ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ।୧୭. ତା’ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ। ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚକ୍ଚକ୍ ହେବ।୧୮. ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ। ତା’ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ।୧୯. ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ। ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।୨୦. ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ। ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି, କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ। ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।”ଆୟୁବ ୧୨:୧-୨୫୧. ଆୟୁବ ସୋଫରକୁ ଉତ୍ତର ଦେଲା ତା’ପରେ ଆୟୁବ ସେମାନଙ୍କୁ ଉତ୍ତର ଦେଇ କହିଲା,୨. “ତୁମ୍ଭେ ଭାବୁଛ ତୁମ୍ଭେ କେବଳ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ୟ ମରିଯିବ।୩. କିନ୍ତୁ ମୋର ମନ ତୁମ୍ଭର ମନ ଭଳି ଭଲ। ମୁଁ ତୁମ୍ଭଠାରୁ ନ୍ୟୁନ ନୁହେଁ, ଯେକୌଣସି ଲୋକ ଏହା ସତ୍ୟ ବୋଲି ଦେଖି ପାରିବ।୪. “ମୁଁ ମୋର ବନ୍ଧୁମାନଙ୍କର ହାସ୍ୟାସ୍ପଦର ପାତ୍ର ହୋଇଅଛି। ସେମାନେ କୁହନ୍ତି, ‘ସେ ପରମେଶ୍ୱରଙ୍କୁ ଡାକିଲା ଓ ପରମେଶ୍ୱର ତାକୁ ଉତ୍ତର ଦେଲେ। ସେଥିପାଇଁ ଏପରି ସବୁ ଅମଙ୍ଗଳ ତାକୁ ଘଟିଲା।’ ମୁଁ ଜଣେ ଧାର୍ମିକ ବ୍ୟକ୍ତି, ମୁଁ ସରଳ ତଥାପି ସେମାନେ ମୋତେ ଦେଖି ହସନ୍ତି।୫. ମଶାଲ ତା’ ପାଇଁ ଆବଶ୍ୟକ ନାହିଁ ଯିଏ ନିଜକୁ ସୁରକ୍ଷିତ ବୋଲି ଭାବେ। ଏହା ସେହିମାନଙ୍କ ପାଇଁ ଉପଯୋଗୀ, ଯେଉଁମାନଙ୍କର ପାଦ ଖସି ଯାଉଛି।୬. ଡକାୟତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ୱରଙ୍କୁ ବିରକ୍ତ କରାନ୍ତି, ସେମାନେ ଶାନ୍ତିରେ ରହନ୍ତି ଏବଂ ସେମାନଙ୍କର ବଳ ହେଉଛି ସେମାନଙ୍କର ପରମେଶ୍ୱର।୭. “ତୁମ୍ଭେ ଜନ୍ତୁମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ ଶିକ୍ଷା ଦେବେ, ତୁମ୍ଭେ ଆକାଶର ପକ୍ଷୀମାନଙ୍କୁ ପଗ୍ଭର ସେମାନେ ତୁମ୍ଭକୁ କହିବେ।୮. ତୁମ୍ଭେ ପୃଥିବୀକୁ ପଗ୍ଭର ସେ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ସମୁଦ୍ରର ମାଛକୁ ପଗ୍ଭର ସେ ତୁମ୍ଭକୁ ଜ୍ଞାନ କଥା କହିବ।୯. ଏ କଥା ସମସ୍ତେ ଜାଣନ୍ତି ସଦାପ୍ରଭୁ ଏସବୁ ସୃଷ୍ଟି କରିଛନ୍ତି।୧୦. ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଓ ନିଶ୍ୱାସ ନେଇ ବଞ୍ଚୁଥିବା ମଣିଷସବୁ ପରମେଶ୍ୱରଙ୍କ ଶକ୍ତିର ଅଧୀନରେ।୧୧. କିନ୍ତୁ ଜିହ୍ୱା ଯେପରି ଖାଦ୍ୟର ସ୍ୱାଦ ବାରିପାରେ। କାନ ସେପରି ଶୁଣୁଥିବା ଶବ୍ଦକୁ ବାରିପାରେ।୧୨. ତେଣୁ ଆମ୍ଭେ କହୁଛୁ, ‘ଜ୍ଞାନ ବୃଦ୍ଧ ଲୋକମାନଙ୍କଠାରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।’୧୩. କିନ୍ତୁ ଜ୍ଞାନ ଓ ଶକ୍ତି ପରମେଶ୍ୱରଙ୍କଠାରେ ଅଛି। ସଦୁପଦେଶ ଓ ବୁଝିବା ଶକ୍ତି ତାଙ୍କର ଅଛି।୧୪. ଯଦି ପରମେଶ୍ୱର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରି ପାରନ୍ତି ନାହିଁ। ଯଦି ପରମେଶ୍ୱର ଜଣକୁ ବନ୍ଦୀଗୃହରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟା କରି ମଧ୍ୟ ତାକୁ ମୁକୁଳାଇ ପାରନ୍ତି ନାହିଁ।୧୫. ଯେତେବେଳେ ପରମେଶ୍ୱର ବର୍ଷାକୁ ରୁଦ୍ଧ କରନ୍ତି, ତା’ହେଲେ ପୃଥିବୀ ଶୁଷ୍କ ହୋଇଯାଏ ଏବଂ ସେ ଯେତେବେଳେ ବର୍ଷା ଛାଡ଼ିଦିଅନ୍ତି, ତା’ହେଲେ ପୃଥିବୀରେ ବନ୍ୟା ହୋଇଯାଏ।୧୬. ପରମେଶ୍ୱର ଅତ୍ୟନ୍ତ ବଳଶାଳୀ, ସବୁଠାରେ ତାଙ୍କର ବିଜୟ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ।୧୭. ପରମେଶ୍ୱର ପରାମର୍ଶଦାତାମାନଙ୍କର ଜ୍ଞାନକୁ ହରଣ କରି ନିଅନ୍ତି ଓ ନେତା ବା ବିଗ୍ଭରକମାନଙ୍କୁ ନିର୍ବୋଧରେ ପରିଣତ କରନ୍ତି।୧୮. ରାଜା ଲୋକମାନଙ୍କୁ ବନ୍ଦୀଗୃହରେ ନିକ୍ଷେପ କରନ୍ତି। କିନ୍ତୁ ପରମେଶ୍ୱର ସେହି ଲୋକମାନଙ୍କୁ ମୁକ୍ତି ଦେଇ ଆହୁରି ଅଧିକ ଶକ୍ତିଶାଳୀ କରି ଦିଅନ୍ତି।୧୯. ପରମେଶ୍ୱର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନେକରନ୍ତି।୨୦. ପରମେଶ୍ୱର ବିଶ୍ୱସ୍ତ ପରାମର୍ଶଦାତାମାନଙ୍କୁ ମଧ୍ୟ ଚୁପ୍ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।୨୧. ପରମେଶ୍ୱର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ୟ ଛଡ଼ାଇ ନିଅନ୍ତି।୨୨. ପରମେଶ୍ୱର ଅନ୍ଧକାରର ଗୂଢ଼ ରହସ୍ୟକୁ ଜାଣନ୍ତି। ସେ ମୃତ୍ୟୁଭଳି ଘନ ଅନ୍ଧକାର ଆଚ୍ଛାଦିତ ସ୍ଥାନକୁ ଆଲୋକିତ କରିଦେଇ ପାରନ୍ତି।୨୩. ପରମେଶ୍ୱର ରାଜ୍ୟକୁ ଦୃଢ଼ ଓ ଶକ୍ତିଶାଳୀ କରନ୍ତି ଓ ଶେଷରେ ତାକୁ ବିଛାଡ଼ି ପକାନ୍ତି। ସେ ରାଜ୍ୟକୁ ବୃଦ୍ଧି କରନ୍ତି ଏବଂ ତା’ର ଲୋକମାନଙ୍କୁ ବିନାଶ କରନ୍ତି।୨୪. ପରମେଶ୍ୱର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ୟହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।୨୫. ସେହି ନେତାମାନେ ଆଲୋକ ବିନା ଅନ୍ଧାରରେ ଦରାଣ୍ଡି ହୁଅନ୍ତି। ପରମେଶ୍ୱର ସେମାନଙ୍କୁ ମାତାଲ ଭଳି ଟଳମଳ ଓ ଇତସ୍ତତଃ କରାନ୍ତି।ଗୀତସଂହିତା ୯୪:୧-୧୧୧. ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦେଖାଅ।୨. ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।୩. ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ? ସଦାପ୍ରଭୁ ଆଉ କେତେ କାଳ?୪. ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ? ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?୫. ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି। ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।୬. ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି। ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।୭. ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ। କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।୮. ହେ ପଶୁବତ୍ ଲୋକମାନେ, ତୁମ୍ଭେ କେବେ ବୁଦ୍ଧି ପାଇବ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟା କର ଏବଂ ବୁଝ।୯. ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ’ଣ ଶୁଣିପାରୁ ନାହାନ୍ତି! ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।୧୦. ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ? ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।୧୧. ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।ହିତୋପଦେଶ ୨୨:୨୪-୨୫୨୪. — ୨ — ରାଗୀ ଲୋକ ସଙ୍ଗରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।୨୫. ଏପରି କଲେ ତୁମ୍ଭେ ତାହାର ବାଟ ଶିକ୍ଷାକରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।ରୋମୀୟ ୧୦:୧-୨୧୧. ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ।୨. ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।୩. ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ।୪. ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।୫. ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।”୬. କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”)୭. “ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)୮. ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ।୯. ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ।୧୦. ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।୧୧. ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।”୧୨. ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି।୧୩. ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।”୧୪. କିନ୍ତ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ।୧୫. ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।”୧୬. ମାତ୍ର ସମସ୍ତେ ସୁସମାଗ୍ଭରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି: “ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡ଼ିକ କିଏ କ’ଣ ବିଶ୍ୱାସ କଲା?”୧୭. ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।୧୮. କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ: “ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା। ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।”୧୯. ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି: “ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି। ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।”୨୦. ଏହା ପରେ ଯିଶାଇୟ ନିର୍ଭୟ ହୋଇ କହନ୍ତି: “ଯେଉଁ ଲୋକମାନେ ମୋତେ ଖୋଜୁ ନ ଥିଲେ ସେମାନେ ପାଇଲେ। ଯେଉଁମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି।”୨୧. କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, “ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।” Odia Bible ERV 2010 Easy-to-Read Version Copyright © 2010 World Bible Translation Center