ଗୋଟିଏ ବର୍ଷରେ ବାଇବଲ | ସେପ୍ଟେମ୍ବର | ୧୦ଯିଶାଇୟ ୧୧:୧-୧୬୧. ଶାନ୍ତିରାଜା ଅସୁଛନ୍ତି ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା’ର ମୂଳରୁ ଶାଖା ବଢ଼ିବ,୨. ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ।୩. ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ। ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ।୪. ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା’ର ଅଣ୍ଟାର ବଳୟ ସଦୃଶ ହେବ।୫. ***୬. ସେ ସମୟରେ ଗଧିଆଗୁଡ଼ିକ ମେଷ ଶାବକମାନଙ୍କ ସହିତ ଶାନ୍ତିରେ ବାସ କରିବେ। ଛେଳିଛୁଆ ସହିତ ବାଘ ଏକତ୍ର ଶାନ୍ତିରେ ଶୋଇବେ। ବାଛୁରି, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତିରେ ବାସ କରିବେ। ଏପରିକି ଗୋଟିଏ ଛୋଟ ପିଲା ସେମାନଙ୍କୁ ଅଡ଼ାଇବ।୭. ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତିରେ ବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶୋଇବେ। ସିଂହମାନେ ଗାଈପରି ନଡ଼ା ଖାଇବେ। ଏପରିକି ସର୍ପ ମଧ୍ୟ କାହାରିକୁ ଆଘାତ କରିବ ନାହିଁ।୮. ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ।୯. କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।୧୦. ସେହି ସମୟରେ ଏକ ବିଶେଷ ବ୍ୟକ୍ତି ଯିଶୟର ପରିବାରରୁ ଧ୍ୱଜା ସ୍ୱରୂପ ଆସିବେ। ସେହି ଧ୍ୱଜା ତାଙ୍କ ଚତୁର୍ଦ୍ଦିଗରେ ଏକତ୍ରିତ ହେବାକୁ ଦେଖାଇବେ। ଆଉ ମଧ୍ୟ ଗୋଷ୍ଠୀୟମାନଙ୍କୁ ଉଚିତ୍ କର୍ମ କରିବାକୁ ନିର୍ଦ୍ଦେଶ ଦେବ। ସେହି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହେବ ଓ ଗୌରବାନ୍ୱିତ ହେବ।୧୧. ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।୧୨. ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ।୧୩. ସେ ସମୟରେ ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ। ଯିହୁଦାର କେହି ଶତ୍ରୁ ରହିବେ ନାହିଁ। ଯିହୁଦା ଇଫ୍ରୟିମକୁ କଷ୍ଟ ଦେବ ନାହିଁ।୧୪. ମାତ୍ର ଇଫ୍ରୟିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀୟ ଲୋକମାନଙ୍କର ସେମାନେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣଙ୍କୁ ଆୟତ୍ତ କରିବେ।୧୫. ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ।୧୬. ପରମେଶ୍ୱରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ୱରଙ୍କ ପରି ହେବ।ଯିଶାଇୟ ୧୨:୧-୬୧. ପରମେଶ୍ୱରଙ୍କ ପ୍ରତି ପ୍ରଶଂସା ଗାନ ସେହି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।୨. ପରମେଶ୍ୱର ମୋର ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ୱାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମୋତେ ରକ୍ଷା କରନ୍ତି। ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”୩. ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ। ତାହାହେଲେ ତୁମ୍ଭେମାନେ ସୁଖୀ ହେବ।୪. ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମରେ ପ୍ରାର୍ଥନା କର। ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”୫. ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି। ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ। ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।୬. ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।ଗୀତସଂହିତା ୧୦୬:୬-୧୮୬. ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।୭. ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି। ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।୮. କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।୯. ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି।୧୦. ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ! ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।୧୧. ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।୧୨. ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ। ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।୧୩. କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।୧୪. ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।୧୫. କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ।୧୬. ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।୧୭. ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ। ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା।୧୮. ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା। ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।ହିତୋପଦେଶ ୨୫:୩-୫୩. ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନରେ କ’ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।୪. ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ।୫. ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତାହାହେଲେ ତାଙ୍କର ସିଂହାସନ ଧାର୍ମିକତାରେ ସ୍ଥାପିତ ହେବ।୨ କରିନ୍ଥୀୟ ୨:୧-୧୭୧. ସେଥିପାଇଁ ମୁଁ ଠିକ୍ କରିଥିଲି, ଏହିଥର ଗଲେ ମୁଁ ତୁମ୍ଭମାନଙ୍କୁ ଯେପରି କଷ୍ଟ ନ ଦିଏ।୨. ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତେବେ କିଏ ମୋତେ ସୁଖୀ କରିବ। କେବଳ ତୁମ୍ଭେମାନେ ମୋତେ ସୁଖ ଦେଇ ପାରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦେଇଛି।୩. ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେହେତୁ ମୁଁ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କଠାରୁ ମୋତେ ଆନନ୍ଦ ମିଳିବା କଥା, ସେମାନଙ୍କଠାରୁ ମୋତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ମୋର ସହିତ ଆନନ୍ଦ କରିବ।୪. ପୂର୍ବରୁ ମୁଁ ଯେତେବେଳେ ତୁମ୍ଭକୁ ଲେଖିଥିଲି, ସେତେବେଳେ ମୋ’ ହୃଦୟରେ ଅଧିକ ବେଦନା ଓ ଦୁଃଖ ଥିଲା। ମୁଁ ଆଖିରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ତୁମ୍ଭମାନଙ୍କ ପାଇଁ ମୋର ପ୍ରେମର ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭେମାନେ ଜାଣି ପାରିବ ଏଥିପାଇଁ ଏହା ଲେଖିଲି।୫. ମନ୍ଦ କରିଥିବା ଲୋକକୁ କ୍ଷମା ଦିଅ ଯଦି ତୁମ୍ଭମାନଙ୍କ ଭିତରୁ କିଏ ଜଣେ ମୋତେ ଦୁଃଖିତ କରିଛି, ସେ କେବଳ ମୋତେ ଦୁଃଖିତ କରି ନାହିଁ, ବରଂ କିଛି ନା କିଛି ମାତ୍ରାରେ ତୁମ୍ଭମାନଙ୍କୁ ମଧ୍ୟ କରିଛି।୬. ଏହି ଲୋକକୁ ତୁମ୍ଭେମାନେ ମିଶି ଯାହା ଦଣ୍ଡ ଦେଇଛ, ତାହା ଯଥେଷ୍ଟ ହେଲାଣି।୭. କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ।୮. ସେଥିପାଇଁ ମୋର ଅନୁରୋଧ ଯେ, ତୁମ୍ଭେମାନେ ତା’ ପ୍ରତି ପୁନର୍ବାର ତୁମ୍ଭମାନଙ୍କର ପ୍ରେମଭାବ ଦେଖାଅ।୯. ତୁମ୍ଭେମାନେ ମୋର ସମସ୍ତ କଥାର ଆଜ୍ଞାକାରୀ ହେଉଛି ନା ନାହିଁ, ଏହା ପରୀକ୍ଷା କରିବାକୁ ମୁଁ ତୁମ୍ଭମାନଙ୍କୁ ଲେଖିଲି।୧୦. ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି।୧୧. ଏପରି କରିବା ଉଦ୍ଦେଶ୍ୟ ଯେ, ଶୟତାନ ଆମଠାରୁ ବିଜୟ ନ ହେଉ। ଆମ୍ଭେ ଶୟତାନର ଯୋଜନାଗୁଡ଼ିକ ବିଷୟରେ ଅତି ଭଲ ଭାବରେ ଜାଣୁ।୧୨. ତ୍ରୋୟାରେ ପାଉଲଙ୍କର ଉଦ୍ବେଗ ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ।୧୩. ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି।୧୪. ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।୧୫. ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।୧୬. ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ?୧୭. ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ। Odia Bible ERV 2010 Easy-to-Read Version Copyright © 2010 World Bible Translation Center