ଗୋଟିଏ ବର୍ଷରେ ବାଇବଲ | ସେପ୍ଟେମ୍ବର | ୨୦ଯିଶାଇୟ ୩୦:୧-୩୩୧. ସଦାପ୍ରଭୁ କହନ୍ତି, ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ଵାରା ନୁହେଁ, ସେମାନେ ସନ୍ତାପର ପାତ୍ର!୨. ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି ।୩. ଏହେତୁ ଫାରୋର ବଳ ତୁମ୍ଭମାନଙ୍କର ଲଜ୍ଜାଜନକ ହେବ ଓ ମିସରର ଛାୟାରେ ଆଶ୍ରୟ ନେବା ତୁମ୍ଭମାନଙ୍କର ଅପମାନଜନକ ହେବ ।୪. କାରଣ ତାହାର ଅଧିପତିମାନେ ସୋୟନରେ ଅଛନ୍ତି ଓ ତାହାର ରାଜଦୂତଗଣ ହାନେଷକୁ ଆସିଅଛନ୍ତି ।୫. ଯେଉଁ ଗୋଷ୍ଠୀ ସେମାନଙ୍କର ଉପକାର କରି ନ ପାରନ୍ତି, ସେମାନଙ୍କ ବିଷୟରେ ସେସମସ୍ତେ ଲଜ୍ଜିତ ହେବେ, ସେ ଗୋଷ୍ଠୀ ସାହାଯ୍ୟକାରୀ କି ଉପକାରଜନକ ନୁହନ୍ତି, ମାତ୍ର ଲଜ୍ଜା ଓ ଦୁର୍ନାମ ସ୍ଵରୂପ ଅଟନ୍ତି ।୬. ଦକ୍ଷିଣର ପଶୁଗଣ ବିଷୟକ ଭାରୋକ୍ତି । ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ଉପକାର ନୋହିବ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜ ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି ।୭. କାରଣ ମିସର ମିଥ୍ୟା ଓ ବୃଥାରେ ସାହାଯ୍ୟ କରେ; ଏଥିପାଇଁ ଆମ୍ଭେ ତାହାକୁ ନିଷ୍କର୍ମରେ ଉପବିଷ୍ଟ ରାହବ ବୋଲି ନାମ ଦେଇଅଛୁ ।୮. ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନ; କାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ପୁସ୍ତକରେ ତାହା ଲିପିବଦ୍ଧ କର ।୯. କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;୧୦. ସେମାନେ ଦର୍ଶକଗଣକୁ କହନ୍ତି, ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍ବକ୍ତାଗଣକୁ କହନ୍ତି, ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର;୧୧. ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ଵରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ ।୧୨. ଏହେତୁ ଇସ୍ରାଏଲର ଧର୍ମସ୍ଵରୂପ ଏହି କଥା କହନ୍ତି, ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ଵାସ କରି ତହିଁ ଉପରେ ନିର୍ଭର ରଖୁଅଛ;୧୩. ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ ।୧୪. ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେନ୍ତ ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ତରୁ ଜଳ ନେବା ଭଳି ଖଣ୍ତେ ଖପରା ହିଁ ତହିଁରୁ ମିଳିବ ନାହିଁ ।୧୫. କାରଣ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ଵରୂପ କହିଲେ, ଫେରିଲେ ଓ ଶା; ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ; ସୁସ୍ଥିରତା ଓ ବିଶ୍ଵାସରେ ତୁମ୍ଭମାନଙ୍କର ବଳ ହେବ, ପୁଣି ତୁମ୍ଭେମାନେ ଅସମ୍ମତ ହେଲ ।୧୬. ମାତ୍ର ତୁମ୍ଭେମାନେ କହିଲ, ନା, ଆମ୍ଭେମାନେ ଅଶ୍ଵରେ ପଳାଇବୁ; ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା; ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ ।୧୭. ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ଵରୂପ ଓ ଉପପର୍ବତରେ ପତାକାର ଦଣ୍ତ ସ୍ଵରୂପ ହୋଇ ଅବଶିଷ୍ଟ ରହିବ ।୧୮. ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ଵର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ ।୧୯. ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବା ମାତ୍ରେ ତୁମ୍ଭକୁ ଉତ୍ତର ଦେବେ ।୨୦. ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଳେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ ।୨୧. ପୁଣି, ଦକ୍ଷିଣରେ କି ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର ।୨୨. ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମା-ଗଣର ମଣ୍ତନ ଓ ଛାଞ୍ଚରେ ଢଳା ସ୍ଵର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ ଏଠାରୁ ବାହାରି ଯାଅ ।୨୩. ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ ।୨୪. ମଧ୍ୟ ଭୂମି ଚାଷକାରୀ ବଳଦ ଓ ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ ।୨୫. ଆଉ, ଯେଉଁ ମହାହତ୍ୟା ଦିନରେ ଦୁର୍ଗସବୁ ପତିତ ହେବ, ସେହି ଦିନରେ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ନଦୀ ଓ ଜଳସ୍ରୋତ ହେବ ।୨୬. ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ ।୨୭. ଦେଖ, ସଦାପ୍ରଭୁଙ୍କର ନାମ ତାହାଙ୍କ କ୍ରୋଧରେ ପ୍ରଜ୍ଵଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି; ତାହାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାହାଙ୍କର ଜିହ୍ଵା ସର୍ବଗ୍ରାସକ ଅଗ୍ନି ତୁଲ୍ୟ;୨୮. ପୁଣି, ତାହାଙ୍କର ଶ୍ଵାସବାୟୁ ପ୍ଳାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ ⇧।୨୯. ପବିତ୍ର ଉତ୍ସବ ପାଳନର ରାତ୍ରିରେ ଯେପରି, ସେପରି ତୁମ୍ଭେମାନେ ଗାନ କରିବ; ପୁଣି, ଲୋକେ ଯେପରି ସଦାପ୍ରଭୁଙ୍କ ପର୍ବତକୁ, ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ ।୩୦. ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ତତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ ଓ ଝଡ଼ ଓ ଶିଳାବୃଷ୍ଟି ଦ୍ଵାରା ଆପଣାର ପ୍ରତାପାନ୍ଵିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ ।୩୧. କାରଣ ସଦାପ୍ରଭୁଙ୍କ ରବରେ ଅଶୂର ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ, ସେ ତାହାକୁ ଦଣ୍ତାଘାତ କରିବେ ।୩୨. ପୁଣି, ଯେଉଁ ନିରୂପିତ ଯଷ୍ଟି ସଦାପ୍ରଭୁ ତାହା ଉପରେ ଥୋଇବେ, ତହିଁର ପ୍ରତ୍ୟେକ ଆଘାତ ସମୟରେ ତବଲା ଓ ବୀଣା ବାଜିବ ଓ ସେ ସେମାନଙ୍କ ସହିତ ମହାଯୁଦ୍ଧ କରିବେ ।୩୩. କାରଣ ତୋଫତ୍ (ଅଗ୍ନିକୁଣ୍ତ) ପୂର୍ବକାଳରୁ ନିର୍ମିତ ହୋଇଅଛି ଓ ତାହା ରାଜାର ନିମନ୍ତେ ପ୍ରସ୍ତୁତ ହୋଇଅଛି; ସେ ତାହାକୁ ଗଭୀର ଓ ପ୍ରଶସ୍ତ କରିଅଛନ୍ତି, ତହିଁର ସ୍ତୂପ ଅଗ୍ନି ଓ ପ୍ରଚୁର କାଷ୍ଠମୟ; ପୁଣି, ସଦାପ୍ରଭୁଙ୍କ ଫୁତ୍କାର ଗନ୍ଧକ ସ୍ରୋତନ୍ୟାୟ ତାହା ପ୍ରଜ୍ଵଳିତ କରେ ।ଯିଶାଇୟ ୩୧:୧-୯୧. ଯେଉଁମାନେ ସାହାଯ୍ୟ ନିମନ୍ତେ ମିସରକୁ ଯାଆନ୍ତି ଓ ଅଶ୍ଵଗଣରେ ନିର୍ଭର କରନ୍ତି ଓ ରଥ ଅନେକ ହେବାରୁ, ଆଉ ଅଶ୍ଵାରୋହୀଗଣ ଅତି ବଳବାନ ହେବାରୁ ସେମାନଙ୍କ ଉପରେ ବିଶ୍ଵାସ କରନ୍ତି; ମାତ୍ର ଇସ୍ରାଏଲର ଧର୍ମସ୍ଵରୂପଙ୍କ ପ୍ରତି ନ ଅନାନ୍ତି, କିଅବା ସଦାପ୍ରଭୁଙ୍କର ଅନ୍ଵେଷଣ ନ କରନ୍ତି ⇧, ସେମାନେ ସନ୍ତାପର ପାତ୍ର!୨. ତଥାପି ସେ ମଧ୍ୟ ଜ୍ଞାନବାନ ଓ ସେ ଅମଙ୍ଗଳ ଘଟାଇବେ, ପୁଣି ଆପଣା ବାକ୍ୟ ଅନ୍ୟଥା କରିବେ ନାହିଁ ମାତ୍ର ସେ କୁକ୍ରିୟାକାରୀମାନଙ୍କ ବଂଶର ପ୍ରତିକୂଳରେ ଓ ଅଧର୍ମାଚାରୀମାନଙ୍କ ସହାୟଗଣର ପ୍ରତିକୂଳରେ ଉଠିବେ ।୩. ମିସ୍ରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ଵର ନୁହନ୍ତି ଓ ସେମାନଙ୍କ ଅଶ୍ଵଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି, ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ ।୪. କାରଣ ସଦାପ୍ରଭୁ ଆମ୍ଭକୁ ଏହି କଥା କହନ୍ତି, ଯେପରି ସିଂହ ଓ ଯୁବା ସିଂହ ଆପଣା ଶିକାର ଉପରେ ଗର୍ଜନ କରେ, ଅନେକ ଅନେକ ମେଷପାଳକ ତାହା ବିରୁଦ୍ଧରେ ଡକା ଗଲେ ହେଁ ସେ ସେମାନଙ୍କ ରବରେ ଉଦ୍ବିଗ୍ନ ହୁଏ ନାହିଁ, କିଅବା ସେମାନଙ୍କ କୋଳାହଳରେ ଆପଣାକୁ ଅବନତ କରେ ନାହିଁ, ସେପରି ସୈନ୍ୟାଧିପତି ସଦାପ୍ରଭୁ ସିୟୋନ ପର୍ବତରେ ଓ ତହିଁର ଉପପର୍ବତରେ ଯୁଦ୍ଧ କରିବା ପାଇଁ ଓହ୍ଲାଇ ଆସିବେ ।୫. ଯେପରି ପକ୍ଷୀମାନେ ଉଡ଼ି ଉଡ଼ି (ରକ୍ଷା କରନ୍ତି), ସେପରି ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମକୁ ରକ୍ଷା କରିବେ; ସେ ତାହାକୁ ରକ୍ଷା କରି ଉଦ୍ଧାର କରିବେ, ସେ ତାହାକୁ ନିସ୍ତାର କରି ରକ୍ଷା କରିବେ ।୬. ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଅତିଶୟ ଦ୍ରୋହାଚରଣ କରି ଯାହାଙ୍କଠାରୁ ବିମୁଖ ହୋଇଅଛ, ତାହାଙ୍କ ନିକଟକୁ ଫେରି ଆସ ।୭. କାରଣ ସେହି ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ହସ୍ତନିର୍ମିତ ରୌପ୍ୟପ୍ରତିମା ଓ ସ୍ଵର୍ଣ୍ଣ-ପ୍ରତିମାରୂପ ପାପବସ୍ତୁ ପକାଇ ଦେବ ।୮. ସେସମୟରେ ଅଶୂରୀୟ ଖଡ଼୍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ଼୍ଗରେ ନୁହେଁନ୍ତ ପୁଣି, ଖଡ଼୍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ଼୍ଗ ନୁହେଁ; ଆଉ, ସେ ଖଡ଼୍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ ।୯. ପୁଣି, ତ୍ରାସପ୍ରଯୁକ୍ତ ତାହାର ଶୈଳ ଅନ୍ତର୍ହିତ ହେବ ଓ ତାହାର ଅଧିପତିମାନେ ଧ୍ଵଜା ଦେଖି ଉଦ୍ବିଗ୍ନ ହେବେ, ସିୟୋନରେ ଯାହାଙ୍କର ଅଗ୍ନି ଓ ଯିରୂଶାଲମରେ ଯାହାଙ୍କର ଅଗ୍ନିକୁଣ୍ତ ଅଛି, ସେହି ସଦାପ୍ରଭୁ ଏହି କଥା କହନ୍ତି ।ଯିଶାଇୟ ୩୨:୧-୨୦୧. ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ଵ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ ।୨. ପୁଣି, ପ୍ରତ୍ୟେକ ମନୁଷ୍ୟ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍ ଶୈଳର ଛାୟା ସ୍ଵରୂପ ହେବେ ।୩. ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ନୋହିବ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ ।୪. ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ଵା ସହଜରେ ସ୍ପଷ୍ଟ କଥା କହିବ ।୫. ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ ।୬. କାରଣ ପାଷାଣ୍ତତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ ।୭. ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ଵାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ ।୮. ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ ।୯. ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର ।୧୦. ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ ।୧୧. ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ ।୧୨. ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ ।୧୩. ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;୧୪. କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ୧୫. ଶେଷରେ ଊର୍ଦ୍ଧ୍ଵରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ ।୧୬. ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ ।୧୭. ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବନ୍ତ ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ ।୧୮. ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ ।୧୯. ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ ।୨୦. ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ ।ଗୀତସଂହିତା ୧୦୮:୭-୧୩୭. ପରମେଶ୍ଵର ଆପଣା ପବିତ୍ରତାରେ କହିଅଛନ୍ତି; ଆମ୍ଭେ ଉଲ୍ଲାସ କରିବା; ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍କୋତ ଉପତ୍ୟକା ମାପିବି ।୮. ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋʼ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ତ ।୯. ମୋୟାବ ମୋʼ ପ୍ରକ୍ଷାଳନ-ପାତ୍ର; ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି । ପଲେଷ୍ଟୀୟ ଉପରେ ଜୟଧ୍ଵନି କରିବି ।୧୦. କିଏ ମୋତେ ଦୃଢ଼ ନଗରକୁ ଆଣିବ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି?୧୧. ହେ ପରମେଶ୍ଵର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ? ପୁଣି, ହେ ପରମେଶ୍ଵର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ ।୧୨. ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା ।୧୩. ପରମେଶ୍ଵରଙ୍କ ଦ୍ଵାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ ।ହିତୋପଦେଶ ୨୫:୨୩-୨୪୨୩. ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ଵା କ୍ରୋଧଦୃଷ୍ଟିର ଉତ୍ପାଦକ ।୨୪. କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ ।୨ କରିନ୍ଥୀୟ ୧୧:୧୬-୩୩୧୬. ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ; କିନ୍ତୁ ଯଦି ତୁମ୍ଭେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର, ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରି ପାରେ ।୧୭. ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟ; ସାହସରେ ଦର୍ପ କରି କହୁଅଛି ।୧୮. ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି ।୧୯. କାରଣ ତୁମ୍ଭେମାନେ ବୁଦ୍ଧିମାନ ଦାସ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ ।୨୦. ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଂକାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ ।୨୧. ମୁଁ ଲଜ୍ଜା ସହ ସ୍ଵୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ । ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ ।୨୨. ସେମାନେ କି ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ । ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ । ସେମାନେ କି ଅବ୍ରହାମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ ।୨୩. ସେମାନେ କି ଖ୍ରୀଷ୍ଟଙ୍କ ସେବକ? (ମୁଁ ପାଗଳ ପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ଵାର ମୃତ୍ୟୁର ସମ୍ମୁଖୀନ ହେବାରେ;୨୪. ମୁଁ ଯିହୁଦୀମାନଙ୍କଠାରୁ ପାଞ୍ଚ ଥର ଊଣଚାଳିଶ ପ୍ରହାର ପାଇଅଛି,୨୫. ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି,, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି,୨୬. ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ଵଜାତିଠାରୁ ବିପଦରେ, ବିଜାତିମାନଙ୍କଠାରୁ ବିପଦରେ, ନଗରର ବିପଦରେ, ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,୨୭. ଭଣ୍ତ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ, ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ ।୨୮. ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋʼ ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍ ମଣ୍ତଳୀସମୂହ ନିମନ୍ତେ ଚିନ୍ତା ।୨୯. କେହି ଦୁର୍ବଳ ହେଲେ ମୁଁ କଅଣ ଦୁର୍ବଳ ନୁହେଁ? କେହି ବିଘ୍ନ ପାଇଲେ ମୁଁ କଅଣ ଉତ୍ତପ୍ତ ହୁଏ ନାହିଁ?୩୦. ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି ।୩୧. ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ଵର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ ।୩୨. ଦାମାସ୍କସ୍ରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,୩୩. ଆଉ ଟୋକାଇରେ ଗୋଟିଏ ଖିଡ଼ିକି ବାଟେ ପାଚେରି ଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇଲି । Odia Bible (OROV) 2014 Copyright © 2014 by The Bible Society of India