ବିଷୟ ଉପରେ ବାଇବଲ ପଦଗୁଡ଼ିକ |

ବିଷୟଗୁଡିକ
ଭଗବାନ |
ଭଲ ଚରିତ୍ର |
ଖରାପ ବର୍ଣ୍ଣ
ପାପ
ଜୀବନ
ଚର୍ଚ୍ଚ
ରହସ୍ୟ
ଦୂତ ଏବଂ ଭୂତମାନେ |
ଗଣିତ ଚିହ୍ନ
ଅତିରିକ୍ତ
ଭଗବାନ |: [ଆଶୀର୍ବାଦ]
ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ।
ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
[୨୪] ‘ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦରେ ରଖନ୍ତୁ। [୨୫] ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟିରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
[୬] କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। [୭] ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।
ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।
[୭] “ଯେଉଁ ଲୋକ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ ଓ ସଦାପ୍ରଭୁ ଯାହାର ବିଶ୍ୱାସଭୂମି, ସେ ଧନ୍ୟ। [୮] କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ। ତା’ର ମୂଳ ବିସ୍ତୃତ ହୋଇ ଜଳ ପାଇବ। ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ। ମାତ୍ର ତା’ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ।
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।
[୧୬] ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ, [୧୭] ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ।
[୨୮] ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ। [୨୯] ସବୁ ଲୋକ ତୁମ୍ଭର ସେବା କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା’ର ସନ୍ତାନ ତୁମ୍ଭକୁ ମାନୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ। ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
[୧] ପ୍ରଥମ ପୁସ୍ତକ (ଗୀତସଂହିତା 1-41) ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ, ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ, [୨] ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ। [୩] ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି। ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ, ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ। ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।
[୧] ଦାଉଦଙ୍କର ଏକ ଗୀତ। ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି, ମୋର କିଛି ଅଭାବ ହେବ ନାହିଁ। [୨] ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି। ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି। [୩] ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି। [୪] ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ। କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ। ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
[୩] ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି, ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ, ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି। [୪] ସେମାନେ ମୋତେ ପରିହାସ କଲେ, କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା’ର କିଛି କ୍ଷତି କରିପାରେ ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ। ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ।
ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।
Odia Bible ERV 2004
Odia Holy Bible: Easy-to-Read Version (OERV) @ 2004 Bible League International